ପହଲଗାମ ଆକ୍ରମଣ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ କାହିଁକି ଆଲୋଚନା କଲେ ନାହିଁ: ପ୍ରିୟଙ୍କା ଗାନ୍ଧୀ

Advertisment

ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ଦେଶର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଦେଶର ସୁରକ୍ଷାରେ ସହିଦ ହୋଇଥିବା ସୈନିକମାନଙ୍କୁ ସତ୍ୟ ଶ୍ରଦ୍ଧାଞ୍ଜଳି ସେତେବେଳେ ମିଳିବ ଯେତେବେଳେ ଆମେ ଆଖିରେ ଆଖି ମିଶାଇ ସତ କହିବୁ।

Updated On

ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ଦେଶର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଦେଶର ସୁରକ୍ଷାରେ ସହିଦ ହୋଇଥିବା ସୈନିକମାନଙ୍କୁ ସତ୍ୟ ଶ୍ରଦ୍ଧାଞ୍ଜଳି ସେତେବେଳେ ମିଳିବ ଯେତେବେଳେ ଆମେ ଆଖିରେ ଆଖି ମିଶାଇ ସତ କହିବୁ।

ଅଦ୍ୟତନ ହୋଇଛି
New Project (19)

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନରେ 'ଅପରେସନ୍ ସିନ୍ଦୂର' ଉପରେ ଜୋରସୋର ଆଲୋଚନା ଚାଲିଛି। ଏହି ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ ସରକାରଙ୍କୁ ପ୍ରଶ୍ନବାଣ କରିଛନ୍ତି। 

ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ଦେଶର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଦେଶର ସୁରକ୍ଷାରେ ସହିଦ ହୋଇଥିବା ସୈନିକମାନଙ୍କୁ ସତ୍ୟ ଶ୍ରଦ୍ଧାଞ୍ଜଳି ସେତେବେଳେ ମିଳିବ ଯେତେବେଳେ ଆମେ ଆଖିରେ ଆଖି ମିଶାଇ ସତ କହିବୁ।

ମୋର ଏକ ପ୍ରଶ୍ନ ରହିଛି ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଭାଷଣରେ ଦେଶପ୍ରେମ ଓ ଇତିହାସ ବିଷୟରେ ଉଲ୍ଲେଖ କରିଥିଲେ, କିନ୍ତୁ ସେ ଗୋଟିଏ କଥା କହି ନଥିଲେ । ତାହା ହେଉଛି ପହଲଗାମରେ କିପରି ଏବଂ କାହିଁକି ଆକ୍ରମଣ ହୋଇଥିଲା? 

ଯଦି ସରକାର ଦାବି କରୁଛନ୍ତି କି ଜମ୍ମୁ କାଶ୍ମୀରରେ ପରିସ୍ଥିତି  ସ୍ୱାଭାବିକ ଅଛି, ତେବେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ କିପରି ହୋଇଥିଲା? ଯେଉଁଥିରେ ୨୬ଜଣ ନୀରିହଙ୍କ ଜୀବନ ଆଖି ପିଛୁଳାକେ ଚାଲିଗଲା। ଏହା କ'ଣ ସାଧାରଣ ପରିସ୍ଥିତି ଯାହା ବିଷୟରେ କଥା ହେଉଛି? ସରକାର ନିଶ୍ଚିତ ଭାବରେ ପ୍ରଚାର କରୁଛନ୍ତି ଯେ କାଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି, କିନ୍ତୁ ସତ୍ୟ ଏହାର ବିପରୀତ। ସରକାରଙ୍କୁ ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବାକୁ ପଡିବ।’

ପ୍ରତିଦିନ ପରି ୨୦୨୫ ଏପ୍ରିଲ ୨୨ତାରିଖରେ ୧୦୦୦ ରୁ ୧୫୦୦ ଲୋକ ପହଲଗାମରେ ପହଞ୍ଚିଥିଲେ। ସରକାର ଏବଂ ପ୍ରଶାସନ କହିଥିଲେ ଯେ କାଶ୍ମୀରରେ ପରିସ୍ଥିତି ଠିକ୍ ଅଛି, ଆତଙ୍କବାଦ ଶେଷ ହୋଇଛି। ଏହି ଆତ୍ମବିଶ୍ୱାସରେ ଲୋକମାନେ ପହଲଗାମକୁ ଭ୍ରମଣ ପାଇଁ ଯାଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। 

ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ହତ୍ୟା କରି ଚାଲିଥିଲେ। ଏହି ସମୟ ମଧ୍ୟରେ ଜଣେ ହେଲେ ସୁରକ୍ଷାକର୍ମୀଙ୍କୁ ଦେଖାଯାଇ ନଥିଲା। ଆତଙ୍କବାଦୀମାନେ ଘଣ୍ଟାଏ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବେଳେ କେହି ସେମାନଙ୍କୁ ଅଟକାଇବାକୁ ଆସି ନଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe