NDA: ଆଜି ନିର୍ବାଚନ ହେଲେ ଏନ୍‌ଡିଏ ୩୫୦ରୁ ଅଧିକ ଆସନରେ ଜିତିବ

Advertisment

ଦିଲ୍ଲୀ ଓ ବିହାରରେ ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାର ପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟ ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ଏବେ ପୁଣି ଇଣ୍ଡିଆ ଟୁଡେ-ସିି ଭୋଟର ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରୁ ଜଣାପଡ଼ିଛି ଯେ...

ଦିଲ୍ଲୀ ଓ ବିହାରରେ ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାର ପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟ ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ଏବେ ପୁଣି ଇଣ୍ଡିଆ ଟୁଡେ-ସିି ଭୋଟର ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରୁ ଜଣାପଡ଼ିଛି ଯେ...

New Project (7)

mood of the nation Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ଓ ବିହାରରେ ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାର ପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟ ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ଏବେ ପୁଣି ଇଣ୍ଡିଆ ଟୁଡେ-ସିି ଭୋଟର ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରୁ ଜଣାପଡ଼ିଛି ଯେ, ଆଗକୁ ମଧ୍ୟ ଏନ୍‌ଡିଏ ଏହାର ବିଜୟ ଧାରା ଜାରି ରଖିବ। ସର୍ଭେ ଅନୁଯାୟୀ ଯଦି ଆଜି (ଜାନୁଆରି ୨୦୨୬)ରେ ଲୋକସଭା ନିର୍ବାଚନ ହେବ ତେବେ ଏନ୍‌ଡିଏ ୩୫୨ ଆସନରେ ଜିତିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୨୦୨୪ ନିର୍ବାଚନ ପ୍ରଚାର ସମୟରେ ଯେଉଁ ‘୪୦୦ ପାର୍‌’ ସ୍ଲୋଗାନ୍‌ ଦିଆଯାଇଥିଲା ଦଳ ସେହି ସଂଖ୍ୟା ଛୁଇଁପାରିବନି। କିନ୍ତୁ ସଂଖ୍ୟା ଦର୍ଶାଉଛି ଯେ, ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ପ୍ରତି ଲୋକମାନଙ୍କର ବିଶ୍ବାସ ଜାରି ରହିଛି। ଅନ୍ୟପକ୍ଷେ ଯଦି ଆଜି ନିର୍ବାଚନ ହୁଏ ତେବେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ଆସନ ସଂଖ୍ୟା ୧୮୨କୁ ଖସି ଆସିବ ବୋଲି ସର୍ଭେ କହୁଛି। ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ ଆସନରେ ବିଜୟୀ ହୋଇଥିଲା। ସଂଖ୍ୟା ଦର୍ଶାଉଛି ଯେ, ୨୦୨୫ ଅଗଷ୍ଟରେ ମୁଡ୍‌ ଅଫ୍‌ ଦି ନେସନ୍‌ ଇଣ୍ଡି ମେଣ୍ଟ ପାଇଁ ଆକଳନ କରିଥିବା ୨୦୮ ସଂଖ୍ୟାଠାରୁ ମଧ୍ୟ ଏହା କମ୍‌ ପାଇବ।

ଉଲ୍ଲେଖଯୋଗ୍ୟ, ୨୦୨୬‌ରେ ୫ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ ଓ ପୁଡ଼ୁଚେରୀରେ ନିର୍ବାଚନ ହେବ। ଏହା ପୂର୍ବରୁ ସର୍ଭେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ପାଇଁ ଏଭଳି ସଂଖ୍ୟା ଆକଳନ କରିବା ଦଳର ନେତାମାନଙ୍କ ମନୋବଳକୁ ଅଧିକ ଦୃଢ଼ କରିବ। ବିଜେପି ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳରେ କେବେ ବି କ୍ଷମତାକୁ ଆସିନାହିଁ। ତେଣୁ ୨୦୨୬ରେ ହେବାକୁ ଥିବା ଏହି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷେ ଯଦି ଦଳ ଅନୁଯାୟୀ ଦେଖିବା, ତେବେ ମୁଡ୍‌ ଅଫ୍ ଦି ନେସନ୍‌ ସର୍ଭେ ଦର୍ଶାଉଛି ଯେ ଆଜି ଲୋକସଭା ନିର୍ବାଚନ ହେଲେ ବିଜେପି ୨୮୭ ଆସନରେ ଜିତିବ ଏବଂ ଏକାକୀ ସରକାର ଗଠନ କରିପାରିବ। ତେବେ ଅଗଷ୍ଟ ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ବିଜେପି ପାଇଁ ୨୬୦ ଆସନ ଆକଳନ କରାଯାଇଥିଲା। ଅନ୍ୟପକ୍ଷେ କଂଗ୍ରେସ ଆଜି ଲୋକସଭା ନିର୍ବାଚନ ହେଲେ ୮୦ ଆସନରେ ଜିତିବ ବୋଲି ସର୍ଭେ ଆକଳନ କରିଛି। ଅଗଷ୍ଟ ୨୦୨୫ ଆକଳନ ତୁଳନା‌ରେ କଂଗ୍ରେସର ସଂଖ୍ୟା କମିଯାଇଛି। ସର୍ଭେ ଅନୁଯାୟୀ ଯଦି ଆଜି ଲୋକସଭା ନିର୍ବାଚନ ହେବ ତେବେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଭୋଟ୍‌ ସେୟାର ୪୭ ପ୍ରତିଶତ ରହିବ। ୨୦୨୪ରେ ଏନ୍‌ଡିଏର ଭୋଟ୍‌ ସେୟାର ୪୪ ପ୍ରତିଶତ ଥିଲା। ଇଣ୍ଡି ମେଣ୍ଟ ପାଇଁ ସର୍ଭେ ୩୯ ପ୍ରତିଶତ ଭୋଟ୍‌ ସୟାର ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe