ନିଲାମରେ ୫ ଲକ୍ଷ ଡଲାର୍‌ରେ ବିକ୍ରି ହେଲା ଆପୋଲୋ ୧୧ ମିସନ୍‌ରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରୁ ଆଣିଥିବା ବାଲୁକା

Advertisment
ନିଲାମରେ ୫ ଲକ୍ଷ ଡଲାର୍‌ରେ ବିକ୍ରି ହେଲା ଆପୋଲୋ ୧୧ ମିସନ୍‌ରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରୁ ଆଣିଥିବା ବାଲୁକା

Image Courtesy of NDTV

ନୂଆଦିଲ୍ଲୀ: ଆପୋଲୋ ୧୧ ମିସନ୍‌ରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରୁ ଆଣିଥିବା ବାଲୁକାରୁ କାଣିଚାଏ (ଅତି ସ୍ବଳ୍ପ ପରିମାଣର) ୫୦୪,୩୭୫ ଡଲାର୍‌ରେ ବିକ୍ରୟ ହୋଇଛି। ବୁଧବାର ଦିନ ନ୍ୟୁୟର୍କରେ ‘ବନ୍‌ହାମାସ୍‌ ଅକ୍‌ସନିୟର୍ସ’ ତା’ର ‘ସ୍ପେସ୍‌ ହିଷ୍ଟ୍ରି ସେଲ୍‌’ ଅଂଶ ଭାବେ ଚନ୍ଦ୍ରପୃଷ୍ଠରୁ ସଂଗୃହୀତ ବାଲୁକା ବିକ୍ରୟ କରିଛି।

୧୯୬୯ ମସିହାରେ ଚନ୍ଦ୍ରରେ ପାଦ ପକାଇବା କ୍ଷଣି ଆର୍ମଷ୍ଟ୍ରଙ୍ଗ୍‌ ଏହି ବାଲି ସଂଗ୍ରହ କରିଥିଲେ। ‘ଫୋର୍ବସ୍‌’ ପତ୍ରିକା ରିପୋର୍ଟ ଅନୁସାରେ, ୮,୦୦,୦୦୦ ଡଲାରରୁ ୧.୨ ନିୟୁତ ଡଲାର୍‌ରେ ଉକ୍ତ ବାଲୁକା ବିକ୍ରୟ ପାଇଁ ‘ବନ୍‌ହାମ୍‌ସ୍‌’ ଆକଳନ କରିଥିଲା। କିନ୍ତୁ, ଶେଷରେ ଜଣେ ୪୦୦,୦୦୦ ଡଲାର୍‌ରେ ଏହାକୁ ନିଲାମ ଧରିବାରେ ସଫଳ ହୋଇଥିଲେ। ଏହାଛଡ଼ା, କ୍ରେତାଙ୍କୁ ଫିସ୍‌ ଏବଂ ପ୍ରିମିୟମ୍‌ ବାବଦକୁ ବାକି ଅର୍ଥ ଦେବାକୁ ପଡ଼ିଥିଲା।

publive-image Image Courtesy of WION

ଏହି ନିଲାମ ସହ ଶେଷ ହୋଇଛି ପୃଥିବୀରେ ପହଞ୍ଚିବା ପରଠାରୁ ଚନ୍ଦ୍ର ବାଲୁକାର ଜଟିଳ ଇତିହାସ। ଚନ୍ଦ୍ର ବାଲୁକାର ମାଲିକାନା ନିମନ୍ତେ ‘ନାସା’କୁ ମଧ୍ୟ ଅଦାଲତର ଦ୍ବାରସ୍ଥ ହେବାକୁ ପଡ଼ିଥିଲା। ‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ୨୦୧୫ରେ ଚନ୍ଦ୍ର ବାଲୁକାକୁ  ମିଚିଗାନ୍‌ର ଓକିଲ ନାନ୍‌ସି ଲି କାର୍ଲସନ୍‌ଙ୍କୁ ୯୯୫ ଡଲାର୍‌ରେ ବିକ୍ରୟ କରାଯାଇଥିଲା। ବାସ୍ତବରେ ଚନ୍ଦ୍ର ବାଲୁକା କି, ନୁହେଁ ଜାଣିବା ଲାଗି ନାନ୍‌ସି ଏହାକୁ ‘ନାସା’କୁ ପଠାଇଥିଲେ। ପ୍ରକୃତରେ ସେ ସବୁ ଆପୋଲୋ ୧୧ରେ ଆସିଥିବା ଚନ୍ଦ୍ର ବାଲୁକା ବୋଲି ଜାଣିବା ପରେ ‘ନାସା’ ତାହାକୁ ଫେରାଇବାକୁ ଅମଙ୍ଗ ହୋଇଥିଲା। ଫଳରେ ଓକିଲ ନାନ୍‌ସି ‘ନାସ’ ବିରୋଧରେ ୨୦୧୬ରେ ମାମଲା ଦାଏର କରିଥିଲେ ଓ ମାମଲାରେ ଜିଣି ଚନ୍ଦ୍ର ବାଲୁକା ପାଇଥିଲେ। ୨୦୧୭ରେ ଚନ୍ଦ୍ର ବାଲୁକା ୧.୮ ନିୟୁତ ଡଲାର୍‌ରେ ବିକ୍ରି ହୋଇଥିଲା।

କିନ୍ତୁ, ପ୍ରଥମେ ‘ନାସା’ ଏହି ବାଲୁକା କେମିତି ହରାଇଥିଲା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe