ଡୋମିନୋଜର ମଇଦା ଗୁଳା ଉପରେ ଶୌଚାଳୟ ବ୍ରଶ ଓ ପୋଛା ଝୁଲି ରହିଥିବାର ଫଟୋ ଭାଇରାଲ ପରେ ବିବାଦ ଆରମ୍ଭ

Advertisment
ଡୋମିନୋଜର ମଇଦା ଗୁଳା ଉପରେ ଶୌଚାଳୟ ବ୍ରଶ ଓ ପୋଛା ଝୁଲି ରହିଥିବାର ଫଟୋ ଭାଇରାଲ ପରେ ବିବାଦ ଆରମ୍ଭ

ନୂଆଦିଲ୍ଲୀ: ବିଗତ ଅତୀତରେ ଖାଇବା ପ୍ରସ୍ତୁତିକୁ ନେଇ ବଡ଼ ବଡ଼ ହୋଟେଲ ବା ରେସ୍ତୋରାଁ କରୁଥିବା ଅବହେଳା ସାମ୍ନାକୁ ଆସିଛି। ଟ୍ରେନରେ ଚା’ ପ୍ରସ୍ତୁତ କରିବା ପାଇଁ ଶୌଚାଳୟର ପାଣି ବ୍ୟବହାର କରିବାଠୁ ଆରମ୍ଭ କରି କେଏଫସିରେ ଭଲ ମାନର ପାଉରୁଟି ବ୍ୟବହାର ନକରିବା ଭଳି ଘଟଣା ବିଷୟରେ ଆପଣମାନେ ଜାଣିଥିବେ ନିଶ୍ଚୟ। ଏବେ ପୁଣି ଥରେ ଖାଦ୍ୟ ପ୍ରସ୍ତୁତି ସମୟରେ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଡୋମିନୋଜର ପିଜା ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ମଇଦା ଗୁଳା ଉପରେ ଶୌଚାଳୟ ବ୍ରଶ ଓ ପୋଛା ଝୁଲି ରହିଥିବାର ଫଟୋ ଭାଇରାଲ ପରେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଟ୍ୱିଟର ବ୍ୟବହାରକାରୀ ତୁଷାର ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି। ସେ ଦାବି କରିଛନ୍ତି ଯେ, ବେଙ୍ଗାଲୁରୁର ଡୋମିନୋଜରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ତଳେ ମଇଦା ଗୁଳା ରଖାଯାଇଥିବା ବେଳେ ଉପରେ ଶୌଚାଳୟ ବ୍ରଶ୍, ପୋଛା ଏବଂ କିଛି ଅପରିଷ୍କାର କପଡ଼ା ଏହା ଉପରେ ଝୁଲି ରହିଛି।

ଏଭଳି ଫଟୋ ସେୟାର କରି ତୁଷାର ବାହାର ଖାଦ୍ୟ ନଖାଇ ଘରେ ତିଆରି ହେଉଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହି ଫଟୋ ଟ୍ବିଟରକୁ ଆସିବା ପରେ ‌ଲୋକେ ଡୋମିନୋଜକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ପିଜା ଖାଇବାକୁ ଭଲ ପାଉଥିବା ଲୋକେ ଏଭଳି ଦୃଶ୍ୟ ଦେଖି ବିରକ୍ତିଭାବ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe