୨୧କୋଟି ପରେ ପୁଣି ଅର୍ପିତାଙ୍କ ଘରୁ ମିଳିଲା ଟଙ୍କା, ଆରମ୍ଭ ହେଲା ଗଣତି

୨୧କୋଟି ପରେ ପୁଣି ଅର୍ପିତାଙ୍କ ଘରୁ ମିଳିଲା ଟଙ୍କା, ଆରମ୍ଭ ହେଲା ଗଣତି

କୋଲକାତା: ପୁଣି ମିଳିଲା ଟଙ୍କା। ଗତ ଶନିବାର ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ପୁଣି ଥରେ ଯାଞ୍ଚ କରାଯିବା ପରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆହୁରି ନଗଦ ଟଙ୍କା ଇଡିକୁ ମିଳିିଥିବା ଜଣାପଡ଼ିଛି। ତେବେ କେତେ ଟଙ୍କା ଇଡି ହାତରେ ଲାଗିଛି ତାହା ଜଣାପଡ଼ିନଥିବା ବେଳେ ଟଙ୍କା ଗଣିବା ମେସିନ ନେଇ ଇଡି ପହଞ୍ଚିଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଜେରା ସମୟରେ ପାର୍ଥ ପୂରାପୂରି ଭାବେ ଇଡିକୁ ସମର୍ଥନ କରିନଥିବା ବେ‌ଳେ ତାଙ୍କର ସବୁ ପୋଲ ଖୋଲିଥିଲେ ଅର୍ପିତା ମୁଖାର୍ଜୀ। ଅର୍ପିତା କହିଥିଲେ ଯେ ପାର୍ଥ ଚାଟାର୍ଜୀ ତାଙ୍କ ଘରକୁ ‘ମିନି ବ୍ୟାଙ୍କ’ ଭାବରେ ବ୍ୟବହାର କରୁଥିଲେ। ସେ ଆଣୁଥିବା ଟଙ୍କା ନିଜ ଘରେ ନରଖି ଅର୍ପିତାଙ୍କ ଘରେ ରଖିବା ସହ ଦରକାର ସମୟରେ ଏହାକୁ କାମରେ ଲଗାଉଥିଲେ। ଇଡି ପକ୍ଷରୁ ଏଭଳି ସୂଚନା ଲିକ୍ ହେବା ପରେ ଅର୍ପିତାଙ୍କ ଓକିଲ ଏଥିରେ ଆପତ୍ତି ଉଠାଇଛନ୍ତି। ଅର୍ପିତାଙ୍କ ଓକିଲମାନେ କହିଛନ୍ତି ଯେ ଇଡି ଦ୍ୱାରା ଅନୁସନ୍ଧାନର ବିବରଣୀ ଗଣମାଧ୍ୟମରୁ ଲିକ୍ ହେଉଛି, ଯାହା ଭୁଲ ଅଟେ।

ତେବେ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ଉ ବେଳେ ଇଡି ୨୧କୋଟି ଟଙ୍କା ଜବତ କରିଥିଲା। ଅର୍ପିତା ମୁଖାର୍ଜୀ, ଜଣେ ଅଭିନେତ୍ରୀ ତଥା ମଡେଲ ଭାବେ ଜଣାଶୁଣା ଥିବା ବେ‌ଳେ, ଗତ କିଛି ବର୍ଷ ଧରି ପାର୍ଥ ଚାଟାର୍ଜୀଙ୍କ ନିକଟତର ହୋଇଥିଲେ। ଶନିବାର ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଦୁହିଁଙ୍କୁ ଗିରଫ ପରେ ଏବେ ରିମାଣ୍ଡରେ ନେଇଛି ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe