କଂଗ୍ରେସ ତୁଳନାରେ କେସିଆର୍‌ଙ୍କ ଦଳକୁ ଅଧିକ ଚାନ୍ଦା: ବିଜେପିକୁ ମିଳିଛି ୨୨୪୪ କୋଟି

Advertisment

୨୦୨୩-୨୪ରେ ଜାତୀୟ ଦଳ କଂଗ୍ରେସକୁ ପଛରେ ପକାଇ ଆଞ୍ଚଳିକ ଦଳ ବିଆର୍‌ଏସ୍‌ ଯଥେଷ୍ଟ ରାଜନୈତିକ ଚାନ୍ଦା ହାସଲ କରବାକୁ ସମର୍ଥ ହୋଇଛି।  ଅନ୍ୟପକ୍ଷରେ ବିଜେପି କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ୭୭୬.୮୨ ପ୍ରତିଶତ ଅଧିକ ଚାନ୍ଦା ପାଇ  ରେକର୍ଡ କରିଛି।

୨୦୨୩-୨୪ରେ ଜାତୀୟ ଦଳ କଂଗ୍ରେସକୁ ପଛରେ ପକାଇ ଆଞ୍ଚଳିକ ଦଳ ବିଆର୍‌ଏସ୍‌ ଯଥେଷ୍ଟ ରାଜନୈତିକ ଚାନ୍ଦା ହାସଲ କରବାକୁ ସମର୍ଥ ହୋଇଛି।  ଅନ୍ୟପକ୍ଷରେ ବିଜେପି କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ୭୭୬.୮୨ ପ୍ରତିଶତ ଅଧିକ ଚାନ୍ଦା ପାଇ  ରେକର୍ଡ କରିଛି।

ତେଲେଙ୍ଗାନା ବିଧାନସଭା ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସୁପାରିସ

ନୂଆଦିଲ୍ଲୀ: ୨୦୨୩-୨୪ରେ ଜାତୀୟ ଦଳ କଂଗ୍ରେସକୁ ପଛରେ ପକାଇ ଆଞ୍ଚଳିକ ଦଳ ବିଆର୍‌ଏସ୍‌ ଯଥେଷ୍ଟ ରାଜନୈତିକ ଚାନ୍ଦା ହାସଲ କରବାକୁ ସମର୍ଥ ହୋଇଛି।  ଅନ୍ୟପକ୍ଷରେ ବିଜେପି କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ୭୭୬.୮୨ ପ୍ରତିଶତ ଅଧିକ ଚାନ୍ଦା ପାଇ  ରେକର୍ଡ କରିଛି। ବିଜେପିକୁ ୨୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ ବାବଦରେ ପ୍ରାୟ ୨୨୪୪ କୋଟି ଟଙ୍କା ମିଳିଛି। ଏହି ପରିମାଣ ୨୦୨୨-୨୩ରେ ମିଳିଥିବା ଅର୍ଥର ତିନି ଗୁଣରୁ ଅଧିକ।  କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)  ୫୮୦ କୋଟି ଟଙ୍କା ସହ ଦ୍ୱିତୀୟ ସର୍ବାଧିକ ଚାନ୍ଦା ହାସଲକାରୀ ଦଳ ଭାବେ ଉଭା ହୋଇଛି। କଂଗ୍ରେସ   ୨୮୯ କୋଟି ଟଙ୍କା ପାଇଁ ବିଆର୍‌ଏସ୍‌ଠାରୁ ବି  ପଛରେ ରହିଯାଇଛି।

ବିଜେପିକୁ ମିଳିଛି ୨୨୪୪ କୋଟି
କଂଗ୍ରେସର ଚାନ୍ଦା ୨୮୯ କୋଟି

କଂଗ୍ରେସକୁ ୨୦ ହଜାର କିମ୍ବା ତା’ଠାରୁ ଅଧିକ ଚାନ୍ଦା ବାବଦରେ  ୭୯.୯ କୋଟି ଟଙ୍କା  ମିଳିଛି।  ଉଭୟ ବିଜେପି ଓ କଂଗ୍ରେସପାଇଁ ସର୍ବୋଚ୍ଚ ଦାତା ଥିଲା ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ । ଭାରତୀୟ ନିର୍ବାଚନ କମିସନ ୱେବ୍‌ସାଇଟରେ ଥିବା ତଥ୍ୟ ଅନୁଯାୟୀ, ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ବିଜେପିକୁ ୭୨୩ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ୧୫୬ କୋଟି ଟଙ୍କା ମିଳିଛି। ୨୦୨୩-୨୪ରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ  ବିଆର୍‌ଏସ୍‌ ଓ ଜଗନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସକୁ ଯଥାକ୍ରମେ ୮୫ କୋଟି ଓ ୬୨.୫ କୋଟି ଟଙ୍କା ପ୍ରଦାନ କରିଛି। ତେବେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଉଭୟ ଦଳ କ୍ଷମତା ବଜାୟ ରଖିବାରେ ବିଫଳ ହୋଇଛନ୍ତି। ଅନ୍ୟ ଦଳମାନଙ୍କ ମଧ୍ୟରେ ଆପ୍ ୨୦୨୩-୨୪ରେ ୧୧.୧ କୋଟି ଟଙ୍କାର ଚାନ୍ଦା ଘୋଷଣା କରିଛି। ଏହାର ପୂର୍ବ ବର୍ଷ ଆପ୍‌କୁ ୩୭.୧ କୋଟି ଟଙ୍କା ମିଳିଥିଲା। ସିପିଏମ୍‌ର  ଚାନ୍ଦା ୨୦୨୩-୨୪ରେ ୭.୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷ ୬.୧ କୋଟି ଟଙ୍କା ଥିଲା। ଚଳିତ ବର୍ଷ ଫେବ୍ରୁଆରି ମାସରେ ସୁପ୍ରିମ୍‌କୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ସ୍କିମ୍  ରଦ୍ଦ କରିବା ପରେ ନିର୍ବାଚନ କମିସନ  ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଚାନ୍ଦା ସଂକ୍ରାନ୍ତ ତଥ୍ୟ ଉପଲବ୍ଧ କରାଇଛନ୍ତି। ନିର୍ବାଚନୀ ବଣ୍ଡ୍‌ ସ୍କିମ୍‌କୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମ୍‌କୋର୍ଟ କହିଥିଲେ  ଯେ ରାଜନୈତିକ ଦଳଗୁଡ଼ିକୁ ବେନାମୀ ଚାନ୍ଦା ଦେବା ପାଇଁ ଅନୁମତି ଦେଉଥିବା ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଛି। ଏହା  ବାକ୍ ସ୍ବାଧୀନତା ଏବଂ ଅଭିବ୍ୟକ୍ତିକୁ  ମଧ୍ୟ ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe