ଖୁବ୍‌ ଶୀଘ୍ର ଆମେରିକାରୁ ୟୁକ୍ରେନ୍‌କୁ ଆସିବ ଅଧିକ ‘ଜାଭ୍‌ଲିନ୍‌’ ଓ ‘ଷ୍ଟିଙ୍ଗର୍‌’ କ୍ଷେପଣାସ୍ତ୍ର

Advertisment
ଖୁବ୍‌ ଶୀଘ୍ର ଆମେରିକାରୁ ୟୁକ୍ରେନ୍‌କୁ ଆସିବ ଅଧିକ ‘ଜାଭ୍‌ଲିନ୍‌’ ଓ ‘ଷ୍ଟିଙ୍ଗର୍‌’ କ୍ଷେପଣାସ୍ତ୍ର

Image Courtesy of India Today

କିବ୍‌: ଅଳ୍ପ କିଛି ଦିନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ‘ଜାଭ୍‌ଲିନ୍‌’ ଓ ‘ଷ୍ଟିଙ୍ଗର୍‌’ କ୍ଷେପଣାସ୍ତ୍ର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଭରା ଜାହାଜ ଆସି ୟୁକ୍ରେନ୍‌ରେ ପହଞ୍ଚିବ ବୋଲି ଶନିବାର ଦିନ ଟେଲିଭିଜନ୍‌ ସାକ୍ଷାତ୍‌କାର ବେଳେ ୟୁକ୍ରେନ୍‌ର ଜାତୀୟ ନିରାପତ୍ତା ଏବଂ ପ୍ରତିରକ୍ଷା ପରିଷଦ୍‌ ସଚିବ ଓଲେକ୍ସି ଦାନିଲୋଭ୍‌ କହିଛନ୍ତି।

ଦାନିଲୋଭ୍‌ କହିଛନ୍ତି, ନିକଟ ଭବିଷ୍ୟତରେ ଅସ୍ତ୍ରଶସ୍ତ୍ର ସବୁ ଆମ ଦେଶକୁ ଚାଲି ଆସିବ। ମାତ୍ର ଦିନ କେତୋଟିରେ।

ସୂଚନାଯୋଗ୍ୟ, ରୁଷୀୟ ଆକ୍ରମଣର ମୁକାବିଲା ନିମନ୍ତେ ୟୁକ୍ରେନ୍‌ ସେନାବାହିନୀକୁ ସମୃଦ୍ଧ କରିବା ଲାଗି ତା’ର ମିତ୍ର ଦେଶମାନେ ବିମାନ ଓ ପ‌ୋତରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ଏହାଛଡ଼ା, ଆକ୍ରମଣକାରୀ ରୁ‌ଷୀୟ ସେନାଙ୍କୁ ପ୍ରତିରୋଧ କରିବା ଲାଗି ତୁର୍କୀ ପାଖରେ ଥିବା ରୁଷ୍‌ରେ ନିର୍ମିତ ‘ଏସ୍‌-୪୦୦’ କ୍ଷେପଣାସ୍ତ୍ର ପ୍ରତିରୋଧୀ ସିଷ୍ଟମ୍‌ଗୁଡ଼ିକୁ ୟୁକ୍ରେନ୍‌କୁ ପଠାଇବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଅ‌ନୌପଚାରିକ ଭାବେ ତୁର୍କୀକୁ କହିଛି।

publive-image Image Courtesy of India Today

‘ନାଟୋ’ ସଦସ୍ୟ ରାଷ୍ଟ୍ରମାନେ ଏହି ଅସ୍ତ୍ରଶସ୍ତ୍ର ପଠାଉଥିବାରୁ ରୁଷ୍‌ ସେମାନଙ୍କୁ ସମାଲୋଚନା କରିଛି। ବୋସ୍‌ନିଆ ହର୍ଜେଗୋଭିନାରେ ଥିବା ରୁଷୀୟ କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତ ଆଇଗୋର୍‌ କାଲାବୁଖୋଭ୍‌ କହିଛନ୍ତି, ‘ନାଟୋ’ ବିରୋଧରେ ଆମେ ଯୋଜନା କରିଛୁ। ସେଥିପାଇଁ ମସ୍କୋ ‘ଜିଓ-ଷ୍ଟ୍ରଟେଜିକ୍‌’ ପରିସ୍ଥିତିର ମୂଲ୍ୟାୟନ କରି ଧମକର ଜବାବ ଦେବ।

ସେପଟେ, ମାରିଉପୋଲ୍‌ ପରିଷଦ୍‌ କହିଛି ଯେ, ରୁ‌ଷୀୟ ସୈନିକମାନେ ହଜାର ହଜାର ମାରିଉପୋଲ୍‌ ବାସିନ୍ଦାଙ୍କୁ ଜବରଦସ୍ତି ଉଠାଇ ନେଉଛନ୍ତି ବିଭିନ୍ନ ଶିବିରକୁ ନେଇ ରୁଷୀୟମାନେ ‌ସେମାନଙ୍କର ମୋବାଇଲ୍‌ ଫୋନ୍‌ ଏବଂ କାଗଜପତ୍ର ଯାଞ୍ଚ କରୁଛନ୍ତି ଓ ତା’ରେ ବଳପୂର୍ବକ ସେମାନଙ୍କୁ ସୁଦୂର ରୁଷୀୟ ନଗରୀମାନଙ୍କରେ ଛାଡ଼ି ଆସୁଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ୟୁକ୍ରେନ୍‌ର ପ୍ରାୟ ସବୁ ଅଞ୍ଚଳରେ ବିମାନ ଆକ୍ରମଣ ସାଇରନ୍‌ ବାଜୁଛି। ସୁମି, ମିକୋଲେଭ୍‌, ତେର୍ଣ୍ଣୋପିଲ୍‌, ପୋଲ୍‌ତାଭା, କିରୋଭୋହ୍ରାଦ୍‌, ଖାର୍କିଭ୍‌, ଜାପୋରିଝ୍‌ଝିଆ, କିବ୍, ଲିଭିଭ୍, ଇଭାନୋ-ଫ୍ରାଙ୍କିଭ୍‌କ୍ସି, ଡିନିପ୍ରୋପେତ୍ରୋଭ୍‌ସ୍କି, ରିଭିନ୍‌, ଭୋଲିନ୍‌, ଚେର୍କାସି, ଝିତୋମିର୍‌, ବିନ୍ନିତସିଆ, ଓଡେଶା ଅବ୍ଲାଷ୍ଟସ୍‌ ଆଦି ଅଞ୍ଚଳରେ ସାଇରନ୍‌ଗୁଡ଼ିକୁ ସକ୍ରିୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe