୨୦୧୮ ମସିହାରେ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି

Advertisment
୨୦୧୮ ମସିହାରେ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି

ଲସଏଞ୍ଜେଲ୍‌ସ: ୨୦୧୮ ମସିହା ସାମ୍ବାଦିକମାନଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ। ଏହି ବର୍ଷ ଗତବର୍ଷ ତୁଳନାରେ ଅଧିକ ସାମ୍ବାଦିକ ହତ୍ୟାର ଶିକାର ହୋଇଥିବା ବେଳେ ବିଭିନ୍ନ କାରଣରୁ ଅଧିକ ସାମ୍ବାଦିକ ଜେଲରେ ରହିଛନ୍ତି। ଆଫଗାନୀସ୍ଥାନ ସାମ୍ବାଦିକଙ୍କ ପାଇଁ ମୃତ୍ୟୁର ଇଲାକା ସାଜିଥିବା ବେଳେ ଚୀନ ସବୁଠାରୁ ଅଧିକ ସାମ୍ବାଦିକଙ୍କୁ କାରାରୁଦ୍ଧ କରିଥିବା ବେସରକାରୀ ସଂସ୍ଥା ରିପୋଟର୍ସ ଓ୍ଵିଦାଉଟ୍‌ ବର୍ଡର ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି।
ରାଜନୈତିକ ଅସୂୟାଭାବ, ଧାର୍ମିକ ମୌଳବାଦୀ ଚିନ୍ତାଧାରା ଯୋଗୁଁ ସାମ୍ବାଦିକମାନଙ୍କ ଉପରେ ସମଗ୍ର ବିଶ୍ୱରେ ନିର୍ଯାତନା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମସିହା ନଭେମ୍ବର ମାସ ସୁଦ୍ଧା ମୋଟ୍‌ ୮୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ୩୪୮ ଜଣଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବା ବେଳେ ୬୦ ଜଣଙ୍କୁ ବନ୍ଧକ ରଖାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସାମ୍ବାଦିକମାନଙ୍କ ପ୍ରତି ଅସୂୟା ମନୋଭାବ ଓ ତଦ୍‌ଜନିତ ହିଂସା ୨୦୧୮ରେ ଯଥେଷ୍ଟ ବୃଦ୍ଧି ପାଇଛି।

publive-image ରିପୋଟର୍ସ ଓ୍ଵିଦାଉଟ୍‌ ବର୍ଡର ବେସରକାରୀ ସଙ୍ଗଠନର ମୁଖ୍ୟ କ୍ରିଷ୍ଟୋଫେ ଡେଲୋରେ କହିଛନ୍ତି ଯେ ଅସାଧୁ ବ୍ୟବସାୟୀ, ମୌଳବାଦୀ ଧାର୍ମିକ ନେତା ଓ ଅବାଞ୍ଛିତ ଓ ବେସରମ ରାଜନେତାଙ୍କ ପାଇଁ ସାମ୍ବାଦକମାନେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି। ସେହିପରି ରିପୋର୍ଟରେ କୁହାଯାଇଛି ଯେ ଆଫଗାାନୀସ୍ଥାନରେ ୨୦୧୮ ମସିହାରେ ୧୫ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେହିପରି ମେକ୍ସିକୋରେ ୯ ଜଣ, ଭାରତରେ ୬ ଜଣ, ଓ ଆମେରିକାରେ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe