ଘରେ ରହି ସୁସ୍ଥ ହେଉଛନ୍ତି କରୋନା ରୋଗୀ, ପ୍ରାୟ ୧୦,୦୦୦ ଶଯ୍ୟା ଏବେ ଖାଲି ପଡିଛି: ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

Advertisment
ଘରେ ରହି ସୁସ୍ଥ ହେଉଛନ୍ତି କରୋନା ରୋଗୀ, ପ୍ରାୟ ୧୦,୦୦୦ ଶଯ୍ୟା ଏବେ ଖାଲି ପଡିଛି: ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

The Financial Express

ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗୀଙ୍କ ପାଇଁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ପରେ ଏବେ ଅଧିକରୁ ଅଧିକ ରୋଗୀ ଘରେ ସୁସ୍ଥ ହେଉଛନ୍ତି | ଯାହାଦ୍ୱାରା ଏବେ ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ପ୍ରାୟ ୧୦,୦୦୦ଶଯ୍ୟା ଖାଲି ପଡିଛି | ଏ ବିଷୟରେ ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |

“ଦିଲ୍ଲୀର କମ୍ ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ କରୁଛନ୍ତି, ଅଧିକରୁ ଅଧିକ ଲୋକ ଘରେ ସୁସ୍ଥ ହେଉଛନ୍ତି। ଗତ ସପ୍ତାହରେ ଦୈନିକ ପ୍ରାୟ ୨୩୦୦ନୂତନ ରୋଗୀ ଥିବାବେଳେ ଡାକ୍ତରଖାନାର ରୋଗୀଙ୍କ ସଂଖ୍ୟା ୬୨୦୦ରୁ ୫୩୦୦କୁ ଖସିଛି। ଆଜି ସୁଦ୍ଧା ୯୯୦୦ କରୋନା ଶଯ୍ୟା ଖାଲି ରହିଛି ବୋଲି ସେ ଟ୍ୱିଟରରେ କହିଛନ୍ତି।

ସୂଚନା ମୁତାବକ, ଶନିବାର ଦିନ ଜାତୀୟ ରାଜଧାନୀରେ କୋଭିଡ -୧୯ର ୨,୫୦୫ ନୂତନ ମାମଲା ରେକର୍ଡ ହୋଇଥିଲା, ଯାହା ପରେ ସହରରେ ମୋଟ ସଂକ୍ରମଣ ସଂଖ୍ୟା ୯୭,୨୦୦କୁ ବୃଦ୍ଧି ପାଇଥିଲା। ଏହା ସହ ୨,୬୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ, ଯାହାକୁ ମିଶାଇ ଦିଲ୍ଲୀରେ ମୋଟ ସୁସ୍ଥ ସଂଖ୍ୟା ୬୮,୨୫୬ ରେ ପହଞ୍ଚିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe