Image Courtesy of The Times of India
କୋଲ୍କାତା: ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦା ପାଇଁ ପଶ୍ଚିମବଙ୍ଗରେ ଆହୁରି ଅନେକ ଲୋକ କାମ କରୁଥିବା କଥା ମୁର୍ଶିଦାବାଦ ଜିଲ୍ଲାରୁ ଛଅଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ଜାଣିବାକୁ ପାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ସେ କହିଲେ ଯେ, ଶନିବାର ଦିନ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରୁ ଗିରଫ ହୋଇଥିବା ଛଅଜଣ ଅଲ୍-କାଏଦା ଆତଙ୍କବାଦୀଙ୍କୁ ପଚରା ଉଚୁରା କରିବା ପରେ ‘ଏନ୍ଆଇଏ’ର ଗୁଇନ୍ଦାମାନେ ମାଲଦାରେ ସେମାନଙ୍କ ସହ କାର୍ଯ୍ୟକରୁଥିବା ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ପରିଚୟ ପାଇଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।
Image Courtesy of Deccan Heraldଅଲ୍-କାଏଦା ସହ ସମ୍ପୃକ୍ତ ଥିବା ଆହୁରି ଅନେକ ସଦସ୍ୟ ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ଛାଇ ହୋଇ ରହିଛନ୍ତି। ମାଲଦାର ଦୁଇ ବ୍ୟକ୍ତି ଗୁରୁବାର ରାତିରେ ମୁର୍ଶିଦାବାଦ ଘରେ ଚାଲିଥିବା ଏକ ବୈଠକରେ ଉପସ୍ଥିତ ଥିଲେ। ଶନିବାର ପ୍ରତ୍ୟୁଷରେ ସେମାନେ ସେଠାରୁ ଚାଲିଯାଇଥିଲେ। ଫେରାର ଥିବା ସେ ଦୁଇଜଣଙ୍କୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
ଏହାଛଡ଼ା ଗିରଫ ହୋଇଥିବା ଛଅଜଣଙ୍କ ମଧ୍ୟରେ ଥିବା ଦୁଇ ଜଣ ଛାତ୍ରଙ୍କର କଶ୍ମୀର କିଛି ଅଜ୍ଞାତ ଲୋକଙ୍କ ସହ ଘନିଷ୍ଠ ଯୋଗସୂତ୍ର ରହିଥିବା କଥା ସେମାନଙ୍କ ଠାରୁ ଜବତ ହୋଇଥିବା ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଓ ସିମ୍କାର୍ଡଗୁଡ଼ିକରୁ ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରୁ ଜେଣ ହେଉଛନ୍ତି ଡୋମକଲସ୍ଥିତ ବସନ୍ତପୁର ଇଞ୍ଜିନିୟରିଙ୍ଗ୍ କଲେଜର ଦ୍ବିତୀୟ ବାର୍ଷିକ କମ୍ପ୍ୟୁଟର୍ ସାଇନ୍ସ୍ ସ୍ନାତକ ଛାତ୍ର। ଅନ୍ୟ ଜଣେ ହେଉଛନ୍ତି କରିମପୁର କଲେଜର ପ୍ରଥମ ବାର୍ଷିକ ଛାତ୍ର।
Follow Us