ଦେଶରେ ୧.୮ କୋଟିରୁ ଅଧିକ ଲୋକ ଟିକା ନେଲେଣି

Advertisment

୬ ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ମାମଲା

୬ ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ମାମଲା

ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ୧୦ଲକ୍ଷ ନିକଟତର

Forbes India

ନୂଆଦିଲ୍ଲୀ : ଦେଶରେ ୧.୮ ‌କୋଟିରୁ ଅଧିକ ଲୋକ ଟିକା ନେଲେଣି। ୬୮,୫୩,୦୮୩ ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ୩୧,୪୧,୩୭୧ ଜଣ ସ୍ବାସ୍ଥ୍ୟ କର୍ମୀ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ସେହିପରି ୬୦,୯୦,୯୩୧ ଜଣ ଆଗଧାଡ଼ିର କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ୬୭,୨୯୭ ଜଣ ଦ୍ବିତୀୟ ‌ଡୋଜ୍‌ ଟିକା ନେଇଛନ୍ତି। ୪୫ ବର୍ଷରୁ ଅଧିକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ୨,୩୫,୯୦୧ ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ବ ୧୬,୧୬,୯୨୦ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଥା ଟିକାକରଣର ୪୮ତମ ଦିବସରେ ପ୍ରାୟ ୧୪ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି। ‌

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୮୩୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କ ମୃତ୍ୟୁ ହୋଇଛି। ୧୩,୮୧୯ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧,୦୮,୩୯,୮୯୪କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ୧,୮୦,୦୫, ୫୦୩ ଜଣଙ୍କୁ ଟିକା ଦିଆସରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ୬ ରାଜ୍ୟ ମହାରାଷ୍ଟ୍ର, ପଂଜାବ, ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଉପରୋକ୍ତ ରାଜ୍ୟମାନଙ୍କରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୪.୪୪ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe