Advertisment

ବଜ୍ରପାତ ଯୋଗୁଁ ଦୁଇ ସପ୍ତାହରେ ବିହାରରେ ଗଲାଣି ୧୦୦ରୁ ଅଧିକ ଜୀବନ

Advertisment
ବଜ୍ରପାତ ଯୋଗୁଁ ଦୁଇ ସପ୍ତାହରେ ବିହାରରେ ଗଲାଣି ୧୦୦ରୁ ଅଧିକ ଜୀବନ

ପାଟନା: ଶନିବାର ଦିନ ବିହାରରେ ବଜ୍ରପାତ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ୪ ଟି ଜିଲ୍ଲାରେ ଏହି ଅଘଟଣ ଘଟିଛି। ଭୋଜପୁରରେ ୪ଜଣ, ସରଣରେ ୪ ଜଣ, ପାଟନାରେ ଜଣେ ଏବଂ ବକ୍ସରରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ବିହାରର ୮ ଟି ଜିଲ୍ଲାରେ ବଜ୍ରପାତରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

ପାଟନାରେ ୬ଜଣ, ପୂର୍ବ ଚମ୍ପରନରେ ୪ଜଣ, ସମସ୍ତିପୁରରେ ୭ଜଣ, ଶିବହାରରେ ୨ଜଣ, କାଟିହାରରେ ୩ଜଣ, ମାଧେପୁରାରେ ୨ଜଣ, ପୂର୍ଣ୍ଣିଆରେ ଜଣେ ଏବଂ ପଶ୍ଚିମ ଚମ୍ପରନରେ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚାରି ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ।

publive-image

ଏହାପୂର୍ବରୁ ମଙ୍ଗଳବାର ଦିନ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜୁନ୍ ୨୫ ରେ ବିହାରରେ ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହି ଦିନ ମଧ୍ୟ ଉତ୍ତରପ୍ରଦେଶରେ ବଜ୍ରପାତ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe