ସାଉଦି ଆରବରେ ଚଳିତ ବର୍ଷ ୧୦୦ ଜଣଙ୍କୁ ଫାଶୀ

Advertisment

ଚଳିତ ବର୍ଷ ସାଉଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି। ଏକ ମାନବାଧିକାର ସଂଗଠନର ରିପୋର୍ଟରୁ ଏହା ଜଣାପଡ଼ିବା ପରେ ସାରାବିଶ୍ବରେ ଚିନ୍ତା ପ୍ରକାଶ ପାଇଛି ।

ଚଳିତ ବର୍ଷ ସାଉଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି। ଏକ ମାନବାଧିକାର ସଂଗଠନର ରିପୋର୍ଟରୁ ଏହା ଜଣାପଡ଼ିବା ପରେ ସାରାବିଶ୍ବରେ ଚିନ୍ତା ପ୍ରକାଶ ପାଇଛି ।

ଫେସ୍‌ବୁକ୍‌ ଲାଇଭ୍‌ରେ ଯୁବକଙ୍କ ଆତ୍ମହତ୍ୟା

ରିଆଦ: ଚଳିତ ବର୍ଷ ସାଉଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି। ଏକ ମାନବାଧିକାର ସଂଗଠନର ରିପୋର୍ଟରୁ ଏହା ଜଣାପଡ଼ିବା ପରେ ସାରାବିଶ୍ବରେ ଚିନ୍ତା ପ୍ରକାଶ ପାଇଛି ।
। ଶନିବାର (ନଭେମ୍ବର ୧୬, ୨୦୨୪) ନିଶା ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ଦକ୍ଷିଣ-ପଶ୍ଚିମ ଅଞ୍ଚଳ ନଜରାନରେ ଜଣେ ୟେମେନୀ ନାଗରିକଙ୍କୁ ଫାଶୀ ଦିଆଯାଇଥିଲା। ଏହା ସହିତ ଚଳିତ ବର୍ଷ ମୃତ୍ୟୁଦଣ୍ଡାଦେଶ ପାଇଥିବା ବିଦେଶୀଙ୍କ ସଂଖ୍ୟା ଏବେ ୧୦୧ରେ ପହଞ୍ଚିଛି।

ଗତ ୩ ବର୍ଷ ତୁଳନାରେ ଏହି ସଂଖ୍ୟା ପାଖାପାଖି ୩ ଗୁଣ ଅଧିକ। ୨୦୨୩ ଓ ୨୦୨୨ରେ ୩୪ ଜଣ ବିଦେଶୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ୟୁରୋପୀୟ-ସାଉଦି ମାନବାଧିକାର ସଂଗଠନ (ଇଏସଓଏଚଆର) ଅନୁଯାୟୀ, ଏହା ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟା। ଇଏସଓଏଚଆରର ଆଇନ ନିର୍ଦ୍ଦେଶକ ତହା ଅଲ-ହାଜି କହିଛନ୍ତି ଯେ ସାଉଦି ଆରବ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ବିଦେଶୀଙ୍କୁ ଫାଶୀ ଦେଇଛି।

ସାଉଦି ଆରବ ଏହାର କଠୋର ଦଣ୍ଡବିଧାନ ଆଇନ ପାଇଁ ଅନ୍ତର୍ଜାତୀୟ ସମାଲୋଚନାର ସମ୍ମୁଖୀନ ହୋଇଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଅନୁଯାୟୀ, ୨୦୨୩ରେ ସାଉଦି ଆରବ ଲୋକଙ୍କୁ ଫାଶୀ ଦେବା ମାମଲାରେ ଚୀନ୍ ଏବଂ ଇରାନ ପରେ ତୃତୀୟ ସ୍ଥାନରେ ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe