ମୁମ୍ବାଇରେ ଦିନକରେ ୧୦୦ରୁ ଅଧିକ ହସ୍ପିଟାଲ୍‌ରେ ଭର୍ତ୍ତି, ଦେଶରେ ଦୈନିକ ପଜିଟିଭ୍‌ ହାର ୩% ଉପରେ

୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂ୍ଆଦିଲ୍ଲୀ: ଦେଶରେ ଆଜି ୮,୦୮୪ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୩୦,୧୦୧ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୪,୭୭୧ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୩.୨୪ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୨.୨୧ ପ୍ରତିଶତ ରହିଛି। ମୋଟ୍‌ ୪,୨୬,୫୭,୩୩୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ହାର ୧.୨୧ ପ୍ରତିଶତ ଥିବାବେଳେ ଟିକାକରଣ ୧୯୫.୧୯ କୋଟି ଟପିଯାଇଛି।

ମୁମ୍ବାଇରେ ଦିନକରେ ୧୦୦ରୁ ଅଧିକ ଜଣ କରୋନା ସଂକ୍ରମିତ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ୪ ମାସ‌‌ରେ ଏହା ସର୍ବାଧିକ। ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟାରେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୁମ୍ବାଇର କେସ୍‌ ପଜିଟିଭ୍‌ ହାର ୧୧ ପ୍ରତିଶତ। ତେବେ ଶନିବାର ପରଠାରୁ ମହାରାଷ୍ଟ୍ର କିମ୍ବା ମୁମ୍ବାଇ ସଂକ୍ରମଣରେ ସେଭଳି ବୃଦ୍ଧି ହୋଇନାହିଁ। ରବିବାର ଦିନ ମହାରାଷ୍ଟ୍ରରେ ୨,୯୪୬ ମାମଲା ଚିହ୍ନଟ ହୋଇଥିଲା। ଶନିବାର ଦିନର ସଂକମଣ ମାମଲା ୨,୯୨୨ ଠାରୁ ଏହା ଅଧିକ ହୋଇଥିଲେ ସୁଦ୍ଧା ଗତ ସପ୍ତାହର ସଂକ୍ରମଣ ୩ ହଜାର ଠାରୁ ଏହା କମ୍‌ ରହିଛି। ମୁମ୍ବାଇରେ ରବିବାର ଦିନ ୧୮୦୩ ନୂଆ ମାମଲା ଚିହ୍ନଟ ହୋଇଛି। ଶନିବାର ମୁମ୍ବାଇରେ ୧୭୪୫ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ୫ ପ୍ରତିଶତରୁ ଅଧିକ ରୋଗୀ ହସ୍ପିଟାଲରେ ନାହାନ୍ତି। ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ମାମଲା ମୁମ୍ବାଇ ଏବଂ ପୁନେରୁ ଚିହ୍ନଟ ହୋଇଥିଲେ ସୁଦ୍ଧା ନାଗପୁର ଏବଂ ନାସିକରେ ମଧ୍ୟ ସଂକ୍ରମଣ ବୃଦ୍ଧି ହୋଇଛି। ୧୦ ଦିନରେ ମହାରାଷ୍ଟ୍ର ସକ୍ରିୟ ମାମଲାରେ ୨୪୧ ପ୍ରତିଶତ ବୃଦ୍ଧି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe