୧୧ ହଜାରରୁ ଅଧିକ ମାମଲା ୧୦ ବର୍ଷ ଧରି ପଡ଼ିରହିଛି: କିରେନ୍‌ ରିଜିଜୁ

Advertisment

ଆମେ ଦେଶର ସବୁ ପ୍ରତିଷ୍ଠାନକୁ ସମ୍ମାନ ଦେଉ

ଆମେ ଦେଶର ସବୁ ପ୍ରତିଷ୍ଠାନକୁ ସମ୍ମାନ ଦେଉ

୧୧ ହଜାରରୁ ଅଧିକ ମାମଲା ୧୦ ବର୍ଷ ଧରି ପଡ଼ିରହିଛି: କିରେନ୍‌ ରିଜିଜୁ

jagbani.punjabkesari.in

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ମାମଲାରେ ନ୍ୟାୟପାଳିକା ସହିତ କେନ୍ଦ୍ର ସରକାର ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଏହା ଉପରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନିଷ ତିୱାରୀ ଲୋକସଭାରେ ମୁଲତବୀ ନୋଟିସ ଦେଇଥିଲେ। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଉକ୍ତ ମାମଲାରେ ତିୱାରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଭଳି ବିଜେପି ଦେଶର ପ୍ରତିଷ୍ଠାନଗୁଡ଼ିକୁ ମାଡ଼ିବସେ ନାହିଁ। କଂଗ୍ରେସ ଦଳ ସବୁକିଛିକୁ ଓଲଟପାଲଟ କରିଦିଏ। ପ୍ରତିଷ୍ଠାନଗୁଡ଼ିକୁ ନିଜ ଅଧୀନକୁ ନିଏ। କିନ୍ତୁ ବିଜେପି ଦେଶର ସବୁ ପ୍ରତିଷ୍ଠାନକୁ ସମ୍ମାନ ଦିଏ। ରାଜ୍ୟସଭାରେ ଆଇନ ମନ୍ତ୍ରୀ ଏକ ତଥ୍ୟ ରଖି କହିଛନ୍ତି ଯେ ସୁପ୍ରିମ୍‌କୋର୍ଟରେ ଗତ ୧୦ ବର୍ଷରେ ୧୧୦୪୯ ମାମଲା ପଡ଼ି ରହିଛି। ୨୫ଟି ବିଭିନ୍ନ ହାଇକୋର୍ଟରେ ୮.୭୭ ଲକ୍ଷ ସିଭିଲ ଏବଂ ୩.୭୪ ଲକ୍ଷ ଅପରାଧିକ ମାମଲା ୧୦ ବର୍ଷ ଧରି ପଡ଼ି ରହିଛି।

ସୂଚନାଯୋଗ୍ୟ, ବିଭିନ୍ନ ହାଇକୋର୍ଟ‌ ଏବଂ ସୁପ୍ରିମକୋର୍ଟରେ ବିଚାରପତି ପଦ ଖାଲି ପଡ଼ିଛି। ବିଚାରପତି ନିଯୁକ୍ତି ମାମଲାରେ ଆଇନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ଅନ୍ୟ ଅଧିକାରୀମାନେ ମନ୍ତବ୍ୟ ଦେଇଛନ୍ତି। ଏସବୁ ଟିପ୍ପଣୀ ନ୍ୟାୟପାଳିକା ଉପରେ ଥିବା ବିଶ୍ବାସକୁ କ୍ଷତି ପହଞ୍ଚାଇଛି। କଲେଜିୟମ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତିକୁ ଅସ୍ପଷ୍ଟ ବା ବିଶ୍ବର ଏକମାତ୍ର ବ୍ୟବସ୍ଥା ଯେଉଁଠି ବିଚାରପତିମାନେ ସେମାନଙ୍କୁ ଜଣାଥିବା ଲୋକଙ୍କୁ ବିଚାରପତିଭାବେ ନିଯୁକ୍ତ କରନ୍ତି ବୋଲି ଆଇନମନ୍ତ୍ରୀ ପୂର୍ବରୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କହିଥିଲେ, କଲେଜିୟମ ବ୍ୟବସ୍ଥା ଦେଶର ଏକ ଆଇନ ଏବଂ ଏହାକୁ ଅନୁସରଣ କରାଯିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe