ଗୋଟିଏ ଦିନରେ ୟୁକ୍ରେନ୍‌ରେ ୧୫୦୦ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ; ଆଜି ମଧ୍ୟ ବିସ୍ଫୋରଣ ଘଟିଛି

Advertisment
ଗୋଟିଏ ଦିନରେ ୟୁକ୍ରେନ୍‌ରେ ୧୫୦୦ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ; ଆଜି ମଧ୍ୟ ବିସ୍ଫୋରଣ ଘଟିଛି

କିୟେଭ୍: ଗୋଟିଏ ଦିନରେ ୟୁକ୍ରେନ୍‌ର ପୂର୍ବ ପ୍ରାନ୍ତରେ ୧୫୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା କଥା ଶନିବାର ଦିନ ୟୁରୋପୀୟ ନିରାପତ୍ତା ସଙ୍ଗଠନ ‘ଅର୍ଗାନାଇଜେନ୍‌ ଫର୍‌ ସିକ୍ୟୁରିଟି ଆଣ୍ଡ୍‌ କୋଅପରେସନ୍‌ ଇନ୍‌ ୟୁରୋପ୍‌’ର (ଓଏସ୍‌ସିଇ) ପର୍ଯ୍ୟବେକ୍ଷକମାନେ କହିଛନ୍ତି। ଏହା ହେଉଛି ଚଳିତ ବର୍ଷ ସର୍ବାଧିକ ସଂଖ୍ୟକ ଅସ୍ତ୍ରବିରତି ଉଲ୍ଲଂଘନ।

ଶୁକ୍ରବାର ଆକ୍ରମଣ ଉପରେ ହୋଇଥିବା ରିପୋର୍ଟରେ ପର୍ଯ୍ୟବେକ୍ଷକମାନେ ଦୋନେତସ୍କ ୫୯୧ ଏବଂ ଲୁଗାନ୍‌ସ୍କ୍‌ରେ ୯୭୫ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଉପରୋକ୍ତ ଦୁଇ ଅଞ୍ଚଳକୁ ରୁଷୀୟ ସମର୍ଥୀତ ବିଚ୍ଛିନ୍ନତାବାଦୀମାନେ ଆଂଶିକ ଦଖଲ କରି ନେଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଆଜି ମଧ୍ୟ ଦୋନେତସ୍କରେ ବିସ୍ଫୋରଣ ଘଟିଥିବା ସମ୍ବାଦ ସରବରାହ ସଂସ୍ଥାନ ରଏର୍ଟସ୍‌ ରିପୋର୍ଟ କରିଛି।

publive-image Image Courtesy of India Today

ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ଆଧାରିତ ଏକ ମାନଚିତ୍ରରୁ ଜଣାପଡ଼ିଛି ଯେ, ସରକାରଙ୍କ ନିୟନ୍ତ୍ରଣରେ ଥିବା ସେଭେରୋଦୋନତସ୍କ୍‌ ନଗରର ଦକ୍ଷିଣପୂର୍ବକୁ ପ୍ରାୟ ୨୦ କିଲୋମିଟର୍‌ ଦୂର ଲୁଗାନ୍‌ସ୍କର ଉତ୍ତରପଶ୍ଚିମ ଭାଗରେ ସମ୍ପ୍ରତି ସବୁଠୁ ତୀବ୍ର ଲଢ଼େଇ ଚାଲିଛି।

publive-image Image Courtesy of India Today

ଗତ ୮ ବର୍ଷ ହେବ ସେ ଅଞ୍ଚଳରେ ଲାଗି ରହିଥିବା ବିବାଦ ଚଳିତ ସପ୍ତାହରେ ଉଗ୍ରତର ହୋଇଛି। ରୁଷ୍‌ର ସମର୍ଥକ ଥିବାରୁ ସେହିପଟୁ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି।

ୟୁକ୍ରେନ୍‌ର ଗୃହମନ୍ତ୍ରୀ ଡେନି ମୋନାସ୍ତିର୍‌ସ୍କିଏ ଶନିବାର ଦିନ ସାମ୍ବାଦିକମାନଙ୍କ ସହ ସୀମାନ୍ତକୁ ଯାଇଥିବା ବ‌େଳେ ତାଙ୍କ ଠାରୁ ଅଳ୍ପ କେତେ ଶହ ମିଟର ଦୂରରେ ମୋର୍ଟାର୍‌ ସେଲ୍‌ ପଡୁଥିବା ପ୍ରତ୍ୟକ୍ଷ ଭାବେ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe