NEET PG Medical: ନିଟ୍‌ ପିଜି: ଖାଲି ପଡ଼ିଛି ଦେଶରେ ୧୮,୦୦୦ରୁ ଅଧିକ ପିଜି ମେଡିକାଲ ସିଟ୍‌, ନେଗେଟିଭ୍‌ ୪୦ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ମିଳିବ ଆଡମିସନ

Advertisment

ଡାକ୍ତରଙ୍କ ସ୍ନାତକୋତ୍ତର ପ୍ରବେଶ ପାଇଁ ଏନ୍‌ଇଇଟି ପିଜି ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି। ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି

ଡାକ୍ତରଙ୍କ ସ୍ନାତକୋତ୍ତର ପ୍ରବେଶ ପାଇଁ ଏନ୍‌ଇଇଟି ପିଜି ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି। ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି

Untitled-32.jpg

NEET PG Photograph: (sambad.in)

ନୂଆଦିଲ୍ଲୀ: ଡାକ୍ତରଙ୍କ ସ୍ନାତକୋତ୍ତର ପ୍ରବେଶ ପାଇଁ ଏନ୍‌ଇଇଟି ପିଜି ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି। ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି। ଏହାପରେ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ ନିଟ୍‌ ପିଜି -୨୦୨୫ ପରୀକ୍ଷା କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ନେଗେଟିଭ ୪୦ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଡମିସନ ମିଳିପାରିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନ୍ତର୍ଗତ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ (ଏନ୍‌ବିଇ) ୧୩ ଜାନୁଆରିରେ ଏକ ନୋଟିଫିକେସନ ଜାରି କରିଥିଲା, ଯେଉଁଥିରେ ପିଜି (ଏମ୍‌ଡି/ଏମ୍‌ଏସ୍‌) ରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଖାଲି ଆସନରେ ପ୍ରବେଶ ପାଇଁ ଯୋଗ୍ୟତାକୁ ସହଜ କରାଯାଇଛି। 

ଆହୁରି ପଢନ୍ତୁ- Pakistan: ପାକିସ୍ତାନରେ ଆତଙ୍କୀ ହମଲା: ରକ୍ତରେ ଭିଜିଲା ବିବାହ ଉତ୍ସବ, ଆତ୍ମଘାତୀ ବିସ୍ଫୋରଣରେ ୭ ମୃତ

ନୂଆ କଟ୍‌-ଅଫ୍‌ ଅପଡେଟ୍‌ରେ ସାଧାରଣ ଓ ଆର୍ଥିକ ଦୁର୍ବଳ ବର୍ଗ ପାଇଁ ଯୋଗ୍ୟତା ୭ ପର୍ସେଣ୍ଟାଇଲ ପର୍ଯ୍ୟନ୍ତ କରିଦିଆଯାଇଛି। ଦିବ୍ୟାଙ୍ଗ ବର୍ଗ (ପିଡବ୍ଲ୍ୟୁଡି) ୫ ପର୍ସେଣ୍ଟାଇଲ ଓ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ ପର୍ଯ୍ୟନ୍ତ କରିଦିଆଯାଇଛି। ଏହାପୂର୍ବରୁ ସାଧାରଣବର୍ଗ ପାଇଁ ପାଇଁ କଟ୍‌ଅଫ୍‌- ୫୦ ପର୍ସେଣ୍ଟାଇଲ, ପିଡବ୍ଲ୍ୟୁଡି ବର୍ଗ ପାଇଁ ୪୫ ପର୍ସେଣ୍ଟାଇଲ ଓ ସଂରକ୍ଷିତ ବର୍ଗ ପାଇଁ ୪୦ ପର୍ସେଣ୍ଟାଇଲ ରହିଥିଲା। ଏହାଦ୍ବାରା ଦେଶରେ ସରକାରୀ ତଥା ଘରୋଇ ମେଡିକାଲ କଲେଜରେ ୧୮,୦୦୦ ଅଧିକ ସିଟ୍‌ ଖାଲି ପଡ଼ିଛି। ଏତେ ସିଟ୍‌ ଖାଲି ଛାଡ଼ିବା ଦ୍ବାରା ଦେଶରେ ସଂଶାଧନ ନଷ୍ଟ ହେବା ସହିତ ଡାକ୍ତରଙ୍କ ଅଭାବ ଦେଖାଯିବ ବୋଳି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢନ୍ତୁ- Gold Silver Price Hike: ଆକାଶଛୁଆଁ ଅଳଙ୍କାର ଦର: ସପ୍ତାହକରେ ରୁପା ୫୫ ହଜାର ମହଙ୍ଗା, ସୁନା ୧୬,୫୦୦...

ତେବେ ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ,ଘରୋଇ କଲେଜରେ ସିଟ୍ ପୂରଣ ପାଇଁ ଏହା କରାଯାଇଛି। ଏହି ନିଷ୍ପତ୍ତି ବିରୋଧରେ ସଞ୍ଚିତ ସେଠଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଜାନୁଆରି ୨୧ ତାରିଖରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ, ଏହି ପରୀକ୍ଷା ଡାକ୍ତରଙ୍କ ଗୁଣବତ୍ତା ଯାଞ୍ଚ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ପିଜି ପାଠ୍ୟକ୍ରମରେ ପ୍ରବେଶ ଦେବା ପାଇଁ ଉଦ୍ଦିଷ୍ଟ। ସୁପ୍ରିମକୋର୍ଟରେ ଏନେଇ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ବିଭିନ୍ନ ମେଡିକାଲ କଲେଜରେ ଏମ୍‌ଡି/ଏମ୍‌ଏସ୍‌ ପାଇଁ ପାଖାପାଖି ୫୦,୦୦୦ ସିଟ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe