୧୫-୧୮ ମଧ୍ୟରେ ୨ କୋଟିରୁ ଅଧିକ ପିଲା ପ୍ରଥମ ଡୋଜ୍‌ ନେଇଛନ୍ତି

Advertisment
ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ଶିଶୁ ଟିକା ନେଲେ

Cleveland Clinic Health Essentials

ନୂଆଦିଲ୍ଲୀ: ଦେଶରେ ୧୫-୧୮ ବର୍ଷ ମଧ୍ୟରେ ୨ କୋଟିରୁ ଅଧିକ ପିଲା ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଜାନୁଆରି ୩ରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହା ୨ କୋଟି ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ଲକ୍ଷରୁ ଅଧିକ ଟିକାକରଣ ହୋଇଛି। ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୧୫୦,୬୧,୯୨,୯୦୩ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ଅନୁଯାୟୀ ୪୫ ବର୍ଷରୁ ଊର୍ଦ୍ଧ୍ବ ୯୧ ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରଥମ ଡୋଜ୍‌ ଟିକା ନେଇଥିବାବେ‌ଳେ ୬୬ ପ୍ରତିଶତରୁ ଅଧିକ ବ୍ୟକ୍ତି ୨ଟି ଯାକ ଡୋଜ୍‌ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe