ଆମେରିକା କଲ୍‌ ସେଣ୍ଟର୍‌ ଦୁର୍ନୀତି ମାମଲାରେ ୨୧ ଭାରତୀୟ ବଂଶୋଦ୍ଭବଙ୍କୁ କରାଦଣ୍ଡାଦେଶ

Advertisment
କରୋନା ଭାଇରସ୍‌ଟା ମତେ ଧୋକା ଦଉଛି...! ୭ମାସରେ ୧୦୪ ନମ୍ବରକୁ ଆସିଛି ୧୭% ଫେକ୍ କଲ୍

ନ୍ୟୁୟର୍କ: ଭାରତୀୟ କଲ୍‌ ସେଣ୍ଟର୍‌ର ବହୁ ନିୟୁତ ଡଲାର୍‌ ଦୁର୍ନୀତିରେ ସମ୍ପୃକ୍ତ ଥିବା ୨୧ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହି ଦୁର୍ନୀତି ଯୋଗୁଁ ଶହ ଶହ ଆମେରିକୀୟ ନାଗରିକ ନିୟୁତ ନିୟୁତ ଡଲାର ଠକାମିରେ ସରବ୍ୟ ହୋଇଛନ୍ତି।

ଏଇ ସପ୍ତାହରେ ଦୋଷୀ ସାବ୍ୟସ୍ତ ହୋଇ ଥିବା ୨୧ ଜଣ ବ୍ୟକ୍ତିଙ୍କୁ ୪ ବର୍ଷ ଠାରୁ ଆରମ୍ଭ କରି ୨୦ ବର୍ଷ ଯାଏଁ ଜେଲ୍‌ ଦଣ୍ଡାଦେଶ ହୋଇଛି।
ସମଗ୍ର ଆମେରିକାରେ ବିଭିନ୍ନ ଲୋକମାନଙ୍କୁ ଠକିବାକୁ ଅହମଦାବାଦରେ ଅବସ୍ଥିତ କଲ୍‌ ସେଣ୍ଟର୍‌ଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାର ଏଜେନ୍‌ସିଗୁଡ଼ିକ ଦ୍ୱରା ଲୋକ ନିଯୁକ୍ତି କରାଇଥିଲେ। ସେମାନେ ବିଶେଷ କରି ବରିଷ୍ଠ ଆମେରିକୀୟ ନାଗରିକ ଏବଂ ଆଇନ ସମ୍ମତ ପ୍ରବାସବାସୀମାନଙ୍କୁ ଶିକାର କରୁଥିଲେ।

ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ ଟିକସ ଅର୍ଥ ପୈଠ ନ କଲେ ସେମାନଙ୍କୁ ଗିରଫଦାରି, ଜେଲ୍‌ ଦଣ୍ଡ, ଜରିମାନା ଆଦି ଦଣ୍ଡାଦେଶ ହେବ ବୋଲି କଲ୍‌ ସେଣ୍ଟର୍‌ ତରଫରୁ ଧମକ ଦିଆ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe