୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ସଂକ୍ରମିତ, ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା

Advertisment

ଆମେରିକାରେ ଲଗାତାର ୩ ଦିନ ଧରି ୫୦ ହଜାରରୁ ଅଧିକ ମାମଲା

ଆମେରିକାରେ ଲଗାତାର ୩ ଦିନ ଧରି ୫୦ ହଜାରରୁ ଅଧିକ ମାମଲା

୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ସଂକ୍ରମିତ, ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା

The Hindu

ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ଗୋଟିଏ ଦିନରେ ସମଗ୍ର ବିଶ୍ବରେ ୨ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୋଟିଏ ପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି, କ‌ରୋନା ସହ ଆହୁରି ଅନେକ ଦିନ ଧରି ଲଢ଼େଇ କରିବାକୁ ହେବ । ଆମେରିକାରେ ଲଗାତାର ୩ ଦିନ ଧରି ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହୁଛି। ଗତକାଲି ପୁଣି ଆମେରିକାରେ ୫୧ ହଜାର ୮୪୨ ନୂଆ ମାମଲା ଚିହ୍ନଟ ହୋଇଛି। କାଲିଫର୍ଣ୍ଣିଆ, ଆରିଜୋନା, ‌ଟେକ୍ସାସ୍‌ ଏବଂ ଫ୍ଲୋରିଡ଼ାରେ ଚଳିତ ସପ୍ତାହରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଗତକାଲି ଫ୍ଲୋରିଡ଼ାରେ ୯,୫୦୦ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଟେକ୍ସାସ୍‌ରେ ୭,୫୫୫ ମାମଲା ଚିହ୍ନଟ ହୋଇଛି। ଆମେରିକାରେ ସଂକ୍ରମଣ ମାମଲା‌ ୨୮ ଲକ୍ଷ ଟପିଯାଇଛି। ତେବେ ୭ଟି ପ୍ରଦେଶ ପାଇଁ ଆମେରିକାରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ଆମେରିକା ପରେ ବ୍ରାଜିଲ୍‌ର ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୧୫ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍‌ରେ ୪୨ ହଜାର ୨୨୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶୁକ୍ରବାର ବ୍ରାଜିଲ୍‌ରେ ପୁଣି ୧୨୯୦ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ ମୋଟ୍‌ ମୃତ୍ୟୁସଂଖ୍ୟା ୬୩ ହଜାର ୧୭୪ରେ ପହଞ୍ଚିଛି। ସେହିପରି ରୁଷ୍‌ରେ ସଂକ୍ରମଣ ମାମଲା ୬ ଲକ୍ଷ ୭୪ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି। ତେବେ ସମଗ୍ର ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୧୨ ଲକ୍ଷ ୧୭ ହଜାର ଟପିଯାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୦ ହଜାର ଟପିଯାଇଛି। ବିଶ୍ବରେ ୬୩ ଲକ୍ଷ ୬୩ ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe