ଦେଶରେ ୨୫ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା

Advertisment
କରୋନା ଟୀକା ବାହାରିବାକୁ ଆଉ ବର୍ଷେ ଲାଗିପାରେ, କିନ୍ତୁ ଯେଉଁ ଟୀକା ଆସିବ ତାହା ସମସ୍ତଙ୍କ ଶରୀରରେ କାମ ଦେବ : ନୋବେଲ ବିଜୟୀ ବୈଜ୍ଞାନିକ

NBC News

ନୂଆଦିଲ୍ଲୀ: ଭାରତ ଏବେ କରେନା ପରୀକ୍ଷାକୁ ଦ୍ବିଗୁଣା କରିଛି। ଆଇସିଏମ୍‌ଆର ଅନୁଯାୟୀ ମେ' ୨୦ ସକାଳ ୯ଟା ସୁଦ୍ଧା ଦେଶରେ ସମୁଦାୟ ୨୫ ଲକ୍ଷ ୧୨ ହଜାର ୩୮୮ ନମୁନା ପରୀକ୍ଷା କରାଯାଇଛି। ଆଇସିଏମ୍ଆର ବୁଲେଟିନ୍‌ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ତଥା ମେ' ୧୯ ସକାଳ ୯ରୁ ମେ' ୨୦ ସକାଳ ୯ ମଧ୍ୟରେ ଦେଶରେ ରେକର୍ଡ ୧ ଲକ୍ଷ ୮ ହଜାର ୧୨୧ କରୋନା ପରୀକ୍ଷା କରାଯାଇଛି। ତେବେ ମେ' ୨୦ ସକାଳ ୧୦ଟା ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୨ ଲକ୍ଷ ୫୮ ହଜାର ୪୫୦ କରୋନା ଟେଷ୍ଟ୍‌ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨ ଲକ୍ଷ ୫୫ ହଜାର ୯୬୧ ନମୁନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ମେ' ୧୯ ସୁଦ୍ଧା ରାଜ୍ୟରେ ୨,୪୮୯ ମାମଲା ରହିଛି। କେରଳ ୪୬ ହଜାର ୯୫୮ ନମୁନା ପରୀକ୍ଷା କରିଥିବାବେଳେ ଏଥି ମଧ୍ୟରୁ ୪୫ ହଜାର ୫୨୭ଟି ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। କେରଳରେ ଏବେ ସ୍ପଷ୍ଟ ମାମଲା ୬୪୩ ରହିଛି।

ଦେଶରେ ସବୁଠୁ ଅଧିକ କରୋନା ପରୀକ୍ଷା ତାମିଲନାଡ଼ୁ କରିଛି। ତାମିଲନାଡ଼ୁରେ ୩ ଲକ୍ଷ ୪୮ ହଜାର ୧୭୪ ନମୁନା ପରୀକ୍ଷା କରାଯାଇଥିବା ବଳେ ୧୨, ୪୪୮ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ୩ ଲକ୍ଷ ୩୪ ହଜାର ୮୩୯ ଟି ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। କର୍ଣ୍ଣାଟକରେ ୧ ଲକ୍ଷ ୫୮ ହଜାର ୫୯୯ ନମୁନା ଟେଷ୍ଟ୍‌ କରାଯାଇଥିବାବେଳେ ୧୩୯୫ ଜଣଙ୍କ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମହାରାଷ୍ଟ୍ରରେ ୨ ଲକ୍ଷ ୯୩ ହଜାର ୯୯୮ ନମୁନା ପରୀକ୍ଷା କରାଯାଇଥିବାବେଳେ ୨,୫୬ ହଜାର ୭୮୫ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି ଏବଂ ୩୭ ହଜାର ୧୩୬ ଜଣଙ୍କ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଉଲ୍ଲେଖଯୋଗ୍ୟ ଗତ ୧୮ ତାରିଖରେ ଆଇସିଏମ୍ଆର ଏହାର କୋଭିଡ୍‌-ଟେଷ୍ଟିଂ ରଣନୀତିକୁ ପରିବର୍ତ୍ତନ କରିଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନେ ୧୪ ଦିନ ମଧ୍ୟରେ ବିଦେଶ ଯାଇଥିବେ ତଥା ଫ୍ଲୁ ପରି ଲକ୍ଷଣ ଦିଶୁଥିବ, ଶ୍ବାସକ୍ରିୟାରେ ସଂକ୍ରମଣ ସହ କାଶ ହେଉଥିବ, ସେଇମାନଙ୍କର କରୋନା ପରୀକ୍ଷା କରାଯିବ। ବିଭିନ୍ନ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଯଦି କ‌ରୋନା ଲକ୍ଷଣ ଦେଖାଦିଏ ତେବେ ୭ ଦିନ ମଧ୍ୟ‌ରେ ତାଙ୍କର କରୋନା ଟେଷ୍ଟ୍‌ କରାଯିବ। ସେହିପରି ସଂକ୍ରମଣ ନଥିବା ମାମଲା ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା କୌଣସି ବ୍ୟକ୍ତିଙ୍କର ପଞ୍ଚମ ଏବଂ ଦଶମ ଦିନରେ କରୋନା ପରୀକ୍ଷା କରାଯିବ। ତେବେ ଆରଟି-ପିସିଆର ଦ୍ବାରା ସମସ୍ତ ଟେଷ୍ଟ୍‌ କରାଯିବ ବୋଲି ଆଇସିଏମ୍ଆର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe