ଲଗାତାର ୬ ଦିନ ଧରି ୩ ଲକ୍ଷରୁ ଅଧିକ ସଂକ୍ରମଣ, ‌ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ

Advertisment
ଲଗାତାର ୬ ଦିନ ଧରି ୩ ଲକ୍ଷରୁ ଅଧିକ ସଂକ୍ରମଣ, ‌ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ

The New York Times

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଲଗାତାର ଖରାପ୍‌ ଆଡ଼କୁ ଗତି କରୁଛି। ଗତ ୬ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହିଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୩,୨୩,୧୪୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨,୭୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୭୬,୩୬,୩୦୭ରେ ପହଞ୍ଚିଛି। ଅନ୍ୟପକ୍ଷେ କରୋନା ମୃତ୍ୟୁ ମଧ୍ୟ ୨ଲକ୍ଷ ମୁହାଁ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ଏବେ ୧,୯୭,୮୯୪ ରହିଛି ଏବଂ ସକ୍ରିୟ ମାମଲା ୨୮,୮୨,୨୦୪କୁ ବୃଦ୍ଧି ପାଇଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୬.୩୪ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୨.୫୪ ପ୍ରତିଶତକୁ ଖସି ଆସିଛି। ମହାରାଷ୍ଟ୍ରରେ ଗତକାଲି ୪୮, ୭୦୦ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇ ସମେତ ଅନ୍ୟ ସହରମାନଙ୍କରେ ମଧ୍ୟ ଦୈନିକ ସଂକ୍ରମଣ କମ୍‌ ରହିଛି।

ମହାରାଷ୍ଟ୍ର ପରେ କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ଅଧିକ ସଂକ୍ରମଣ ରହିଛି। କର୍ଣ୍ଣାଟକରେ ସଂକ୍ରମଣ ବଢ଼ିବାରୁ ଆଜିଠାରୁ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ‌ଘୋଷଣା ହୋଇଛି। ରାଜ୍ୟରେ ୨୯,୭୪୪ ନୂଆ ମାମଲା ଚିହ୍ନଟ ‌ହୋଇଛି ଏବଂ ଏଥିମଧ୍ୟରୁ ୧୬,୫୪୫ ମାମଲା କେବଳ ବେଙ୍ଗାଲୁରୁରେ। ଦିଲ୍ଲୀରେ ଦିନକରେ ସର୍ବାଧିକ ୩୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ ଗତକାଲି ୩୩,୫୫୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe