ମୁମ୍ବାଇ: ମୁମ୍ବାଇର ନାଭି ମୁମ୍ବାଇର ତୁର୍ବହେ ମିଡସିରେ ଥିବା ଏକ ବିଏମଡବ୍ଲ୍ୟୁ ସର୍ଭିସ୍ ସେଣ୍ଟର କମ୍ ଗୋଦାମରେ ମଙ୍ଗଳବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବିଏମଡବ୍ଲ୍ୟୁ କାର ଜଳିଯାଇଛି। ଏବଂ ଆହୁରି ଅନେକ ଗାଡ଼ି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ତୁର୍ବରେ ଥିବା ଏହି ବିଳାସପୂର୍ଣ୍ଣ କାର କମ୍ପାନିର ସର୍ଭିସ୍ ସେଣ୍ଟରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ ଟି କାର ଜଳି ପାଉଁଶ ହୋଇଯାଇଥିଲା। ଏଥି ମଧ୍ୟରୁ ଅଧିକାଂଶ ବିଏମଡବ୍ଲୁ ଗାଡ଼ି ରହିଥିଲା। ଜଳିଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ କମ୍ପାନିର କର୍ମଚାରୀଙ୍କ ମାଲିକାନାରେ ଥିବା କିଛି ଅଣ ବିଏମଡବ୍ଲ୍ୟୁ ହାଇ-ଏଣ୍ଡ କାର ମଧ୍ୟ ଅଗ୍ନିକାଣ୍ଡରେ ଜଳତିପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ଭାସି, କୋପର ଖୈରାନେ, ତୁର୍ବ ଏବଂ ଏମଆଇଡିସିରୁ ଦଶଟି ନିଆଁଲାଭା ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଏହି ଅଗ୍ନିକାଣ୍ଡ ଘଟଣାରେ କେତୋଟି ନୂଆ ଓ କେତୋଟି ବ୍ୟବହୃତ ଗାଡ଼ି ପୋଡ଼ି ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।
Follow Us