ଗଙ୍ଗାରେ ଭାସୁଛି ୪୦ରୁ ଅଧିକ ଶବ

Advertisment
ଗଙ୍ଗାରେ ଭାସୁଛି ୪୦ରୁ ଅଧିକ ଶବ

ପାଟନା: ବିହାର ବକ୍ସାର ଜିଲ୍ଲାର ଚୌସା ସହର ନିକଟ ଗଙ୍ଗା ନଦୀର ମହାଦେବ ଘାଟରେ ୪୦ରୁ ଅଧିକ ଶବ ଭାସୁଥିବା ସ୍ଥାନୀୟ ‌ଲୋକେ ଆଜି ସକାଳୁ ଦେଖିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି। ଏଗୁଡ଼ିକ ଉତ୍ତର ପ୍ରଦେଶରୁ ଭାସିଆସି ଏଠାରେ ଲାଗିଥାଇପାରେ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ଏହି ମୃତଶରୀର ଗୁଡ଼ିକ କୋଭିଡ ରୋଗୀଙ୍କର ବୋଲି ଅନୁମାନ କରାାଯାଉଛି। ମୃତକଙ୍କ ସଂପର୍କୀୟମାନେ ଶବକୁ ଦାହ କରିବାରେ ଅସମର୍ଥ ହେବା କାରଣରୁ ଗଙ୍ଗା ନଦୀରେ ଭସାଇ ଦେଇଥାଇ ପାରନ୍ତି। ଶ୍ମଶାନରେ ସ୍ଥାନ କିମ୍ବା ଦାହ ପାଇଁ କାଠର ଅଭାବ ଏହାର କାରଣ ହୋଇଥାଇପାରେ। ତେବେ ଭାସୁଥିବା ଶବ ସଂଖ୍ୟା ପାଖାପାଖି ୧୦୦ ହୋଇପାରେ ବୋଲି କିଛି ବ୍ୟକ୍ତି କହୁଛନ୍ତି। ମୃତ ଶରୀର ପଚି ଫୁଲିଯାଇଥିବାରୁ ୫ରୁ ୭ ଦିନ ପୂର୍ବରୁ କେହି ପାଣିରେ ଭସାଇ ଦେଇଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ବକ୍ସରର ଚୌସା ଟାଉନରେ ଥିବା ଗଙ୍ଗାନଦୀ କୂଳରେ ଆଜି ସକାଳୁ ଅନେକ ଗଳିତ ମୃତଦେହ ଭାସୁଥିବାରୁ ସ୍ଥାନୀୟ ଲୋକେ ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ମୃତଦେହଗୁଡ଼ିକର ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି କୁହାଯ଼ାଉଛି । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏହି ମୃତଦେହଗୁଡ଼ିକ ସ୍ଥାନୀୟ ଲୋକଙ୍କର ନୁହେଁ ବୋଲି ଜଣାପଡ଼ିଛି । ଏଗୁଡ଼ିକ ମୁଖ୍ୟତଃ ଉତ୍ତରପ୍ରଦେଶରୁ ଭାସିଆସିଥିବା ସଂଦେହ କରାଯ଼ାଉଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଚୌସାର ଜଣେ ପ୍ରଶାସନିକ ଅଧିକାରୀ ଅଶୋକ କୁମାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe