ପ୍ରବଳ ଉତ୍ତାପ ହେତୁ ମକ୍କାରେ ଗଲାଣି ୫୫୦ରୁ ଅଧିକ ହଜ୍‌ ତୀର୍ଥଯାତ୍ରୀଙ୍କ ଜୀବନ

Advertisment
ପ୍ରବଳ ଉତ୍ତାପ ହେତୁ ମକ୍କାରେ ଗଲାଣି ୫୫୦ରୁ ଅଧିକ ହଜ୍‌ ତୀର୍ଥଯାତ୍ରୀଙ୍କ ଜୀବନ

ଜେରୁଜେଲମ୍‌: ଚଳିତବର୍ଷ ଗରମ ହେତୁ ଅନେକ ଜୀବନ ଗଲାଣି। ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୫୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି।

ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ମିଶରୀୟ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତାପ  ହେତୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଦୁଇ ଆରବ କୂଟନୀତିଜ୍ଞ ସେମାନଙ୍କ ପ୍ରତିକ୍ରିୟା ଏଏଫ୍‌ପିକୁ ଦେଇଛନ୍ତି।

ଭିଡ଼ ଜମିବା ହେତୁ ସାଂଘାତିକ ଆହତ ହୋଇଥିବା ଜଣେ ପିଲାକୁ ବାଦ୍‌ ଦେଲେ ସମସ୍ତ ଲୋକ (ମିଶରୀୟ) ଉତ୍ତାପ ହେତୁ ମୃତ୍ୟୁ ବରଣ କରି ବୋଲି କୂଟନୀତିଜ୍ଞ କହିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ମକ୍କାର ଅଲ-ମୁଏସେମ ପଡ଼ିଆରେ ଥିବା ହସ୍ପିଟାଲ ମର୍ଜିରୁ ଆସିଛି।

କୂଟନୀତିଜ୍ଞମାନେ କହିଛନ୍ତି ଯେ ଅତିକମରେ ୬୦ ଜଣ ଜୋର୍ଡାନୀୟ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି। ପୂର୍ବରୁ ୪୧ ଜଣ ଜୋର୍ଡାନୀୟଙ୍କ ଜୀବନ ହାନୀ ସଂପର୍କରେ ଖବର ଆସିଥିଲା।

ଏକ ନୂତନ ଏଏଫ୍‌ପି ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦେଶର ଲୋକଙ୍କୁ ମିଶାଇଲେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୭୭ ଛୁଇଁଛି। ହଜ୍ ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ଏବଂ ସମସ୍ତ ମୁସଲମାନ ଏହାକୁ ଅନ୍ତତଃପକ୍ଷେ ଥରେ ସମ୍ପୂର୍ଣ୍ଣ କରିଥାନ୍ତି।

ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ, ତୀର୍ଥଯାତ୍ରା ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ସୋମବାର ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛିଥିଲା ବୋଲି ସାଉଦି ଜାତୀୟ ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe