ଆମେରିକାରେ ୨୪ ଘଣ୍ଟାରେ ୬୭ ହଜାରରୁ ଅଧିକ ମାମଲା: ବିଶ୍ବରେ ୨୪ ଘଣ୍ଟାରେ ୨ ଲକ୍ଷ ୩୪ ହଜାର ନୂଆ ମାମଲା

Advertisment
ଆମେରିକାରେ ୨୪ ଘଣ୍ଟାରେ ୬୭ ହଜାରରୁ ଅଧିକ ମାମଲା: ବିଶ୍ବରେ ୨୪ ଘଣ୍ଟାରେ ୨ ଲକ୍ଷ ୩୪ ହଜାର ନୂଆ ମାମଲା

Amar Ujala

ୱାସିଂଟନ୍‌: ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୬୭ ହଜାର ୬୩୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଳମ୍ବିତ ଜୁନ୍‌ ପରଠାରୁ ଆମେରିକାରେ ସଂକ୍ରମଣ ବଢ଼ିଚାଲିଛି। ବିଶେଷ କରି ଦେଶର ଦକ୍ଷିଣ ଏବଂ ପଶ୍ଚିମ ଅଂଶରେ ସଂକ୍ରମଣ ଲଗାତାର ବଢ଼ୁଛି। ଗତ ୧୦ ଦିନ ଧରି ଆମେରିକାରେ ପ୍ରତି ୨୪ ଘଣ୍ଟା‌ରେ ୫୫ ହଜାରରୁ ୬୫ ହଜାର ନୂଆ ମାମଲା ରହୁଛି। ୩୯ଟି ଆମେରିକୀୟ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଛି। ଅତ୍ୟନ୍ତ ଖରାପ୍‌ ଭାବେ ପ୍ରଭାବିତ ହୋଇଥିବା କିଛି ପ୍ରଦେଶ ହେଉଛି କାଲିଫର୍ଣ୍ଣିଆ, ଫ୍ଲୋରିଡା, ଆରିଜୋନା ଏବଂ ଟେକ୍ସାସ୍‌। କରୋନା ସଂକ୍ରମଣ ବଢ଼ିବା ସହ ଆମେରିକାର ବିଭିନ୍ନ ହସ୍ପିଟାଲ୍‌ମାନଙ୍କରେ ଏବେ ବେଡ୍‌ର ଅଭାବ ଦେଖାଦେଲାଣି।

ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୬ ଲକ୍ଷ ୧୯ ହଜାର ଟପିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୦ ହଜାର ଟପିଛି। ଆମେରିକା ପରେ ଦ୍ବିତୀୟ ପ୍ରଭାବିତ ରାଷ୍ଟ୍ର ବ୍ରାଜିଲ୍‌ରେ ସଂକ୍ରମଣ ୧୯ ଲକ୍ଷ ୭୨ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୭୫ ହଜାର ୫୦୦ ଟପିଛି। ଆମେରିକା, ବ୍ରାଜିଲ୍‌ ଏବଂ ଭାରତରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ସେପଟେ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ମାମଲା ୩ ଲକ୍ଷ ଟପିଯାଇଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ମୃତ୍ୟୁସଂଖ୍ୟା ବହୁତ କମ୍‌ ରହିଛି। ଆଗକୁ ଆଫ୍ରିକାରେ ଅତି ଭୟଙ୍କର ସ୍ଥିତି ଉପୁଯିବ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୩୭ ଲକ୍ଷ ୪୨ ହଜାରରେ ପହଞ୍ଚିଥିବାବେଳେ ୫ ଲକ୍ଷ ୮୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe