ଉବର ବ୍ୟବହାର କରି ୮୦୦ରୁ ଅଧିକ ଭାରତୀୟଙ୍କୁ ଆମେରିକା ଚାଲାଣ

Advertisment

ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ

ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ

ଉବର ବ୍ୟବହାର କରି ୮୦୦ରୁ ଅଧିକ ଭାରତୀୟଙ୍କୁ ଆମେରିକା ଚାଲାଣ

marksmendaily.com

ନୂଆଦିଲ୍ଲୀ: ଉବର ଆପ୍‌ ବ୍ୟବହାର କରି ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ୮୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ଆମେରିକାକୁ ଚାଲାଣ କରିଛି। ଉକ୍ତ ୪୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କ ନାଁ ରାଜିନ୍ଦର ପାଲ୍‌ ସିଂହ ଓରଫ ଜଶପାଲ ଗିଲ୍‌। ଗତ ଫେବ୍ରୁଆରିରେ ସେ ଉକ୍ତ ମାମଲାରେ ନିଜ ଦୋଷ ସ୍ବୀକାର କରିଛି। ଏକ ମାନବଚାଲାଣ ରୢାକେଟ୍‌ର ପ୍ରମୁଖ ସଦସ୍ୟଭାବେ ଉକ୍ତ କାର୍ଯ୍ୟ ପାଇଁ ସେ ୫୦୦,୦୦୦ରୁ ଅଧିକ ଡଲାର ପାଇଥିବା କହିଛି।

କାନାଡ଼ାରୁ ଭାରତୀୟଙ୍କୁ ସେ ଆମେରିକା ଚାଲାଣ କରିଛି। କାଲିଫର୍ଣ୍ଣିଆ ବାସିନ୍ଦା ସିଂହକୁ କୋର୍ଟ ୪୫ ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ୪ ବର୍ଷରେ ସିଂହ ଆମେରିକାର ଉତ୍ତର ସୀମା ଏବଂ ୱାସିଂଟନକୁ ୮୦୦ରୁ ଅଧିକ ଭାରତୀୟଙ୍କୁ ଚାଲାଣ କରିବାପାଇଁ ଯୋଗାଡ଼ କରିଛି। ଆମେରିକାରେ ଉତ୍ତମ ଜୀବନର ଲୋଭ ଦେଖାଇ ସିଂହ ଭାରତୀୟମାନଙ୍କୁ ଚାଲାଣ କରୁଥିଲା ଏବଂ ସେମାନଙ୍କଠାରୁ ମୋଟା ଅଙ୍କର ପ୍ରାପ୍ୟ ନେଉଥିଲା। ଜୁଲାଇ ୨୦୧୮ରୁ ସିଂହ ଏବଂ ତା’ର ଅନ୍ୟ ସହଯୋଗୀମାନେ ଉବର ବ୍ୟବହାର କରି ଲୋକମାନଙ୍କୁ ବେଆଇନ ଭାବେ କାନାଡ଼ାରୁ ଆମେରିକାକୁ ପ୍ରବେଶ କରାଉଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe