କର୍ଣ୍ଣାଟକ ବିଧାନସଭାରେ ୯୫%ରୁ ଅଧିକ କର୍ଣ୍ଣାଟକ ବିଧାୟକ କୋଟିପତି: ଏଡିଆର୍‌ ରିପୋର୍ଟ

Advertisment

୩୫% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

୩୫% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

କର୍ଣ୍ଣାଟକ ବିଧାନସଭାରେ ୯୫%ରୁ ଅଧିକ କର୍ଣ୍ଣାଟକ ବିଧାୟକ କୋଟିପତି: ଏଡିଆର୍‌ ରିପୋର୍ଟ

representational immage - India Today India Today

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ୯୫ ପ୍ରତିଶତରୁ ଅଧିକ ସଦସ୍ୟ କୋଟିପତି। ୩୫ ପ୍ରତିଶତ ବିଧାୟକ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୧୮ ବିଧାୟକଙ୍କ ମଧ୍ୟରୁ ୧୧୨ ଜଣ କୋଟିପତି। କର୍ଣ୍ଣାଟକରେ ମୋଟ୍‌ ୨୨୪ ବିଧାୟକଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟ‌ାନ୍ୟ ପୃଷ୍ଠଭୂମି ଆକଳନ କରିବାପରେ ଏଡିଆର୍‌ ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୮ ବିଧାନସାଭ ନିର୍ବାଚନ ପରେ ୧୫ ବିଧାୟକ ଦଳ ଛାଡ଼ିଦେଇଛନ୍ତି।

ଏଥି ମଧ୍ୟରୁ ୧୦ ଜଣ ୨୦୧୮ ନିର୍ବାଚନରେ କଂଗ୍ରେସରୁ ଲଢ଼ିଥିଲେ। ଏବେ ସେମାନେ ବିଜେପିରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ୨୬ ପ୍ରତିଶତ ବିଧାୟକ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ବିଜେପିରୁ ସର୍ବାଧିକ ୩୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ୧୧୨ ବିଜେପି ବିଧାୟକଙ୍କ ମଧ୍ୟରୁ ୪୯ ଜଣ, କଂଗ୍ରେସର ୬୭ ବିଧାୟକଙ୍କ ମଧ୍ୟରୁ ୧୬, ଜେଡିଏସ୍‌ର ୩୦ ବିଧାୟକଙ୍କ ମଧ୍ୟରୁ ୯ ଏବଂ ୪ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ବିଜେପିର ୩୫ ବିଧାୟକ, କଂଗ୍ରେସର ୧୩ ଏବଂ ଜେଡିଏସ୍‌ର ୮ ଜଣ ବିଧାୟକ ସେମାନଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଘୋଷଣା କରିଛନ୍ତି।

୧୧୮ ବିଜେପି ବିଧାୟକଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୯.୬ କୋଟି। ଜେଡିଏସ୍‌ ବିଧାୟକଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୪.୩୪ କୋଟି ଏବଂ ୪ ସ୍ବାଧୀନ ବିଧାୟକଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୪୦,୯୨ କୋଟି। ତେବେ କଂଗ୍ରେସର ବିଧାୟକଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ସର୍ବାଧିକ ୪୮.୫୮ କୋଟି ରହିଛି। କର୍ଣ୍ଣାଟକ ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ସଦସ୍ୟ ଡିକେ ଶିବକୁମାରଙ୍କ ସମ୍ପତ୍ତିର ମୂଲ୍ୟ ୮୪୦ କୋଟିରୁ ଅଧିକ। ତାଙ୍କ ପଛକୁ ସୁରେଶ ବିଏସ୍‌ ଏବଂ ଏମ୍‌ କ୍ରିଷ୍ଣାପ୍ପାଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୪୧୬ କୋଟି ଏବଂ ୨୩୬ କୋଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe