କାର୍ଗିଲ୍‌ ଯୁଦ୍ଧଠୁ ବି ଅଧିକ ଜୀବନହାନି କୋଭିଡ୍‌ରେ: ପ୍ରାକ୍ତନ ସ୍ଥଳସେନା ମୁଖ୍ୟ

Advertisment
କାର୍ଗିଲ ଯୁଦ୍ଧରେ ଭାରତକୁ ଅନ୍ୟ ଦେଶମାନଙ୍କର ସାହାଯ୍ୟ ମିଳିନଥିଲା: ରାଜନାଥ

Times Now

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି ଦିନକୁ ଦିନ ବଢ଼ି ଚାଲିଥିବା କରୋନାଭୂତାଣୁ ସଂକ୍ରମଣ ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲ୍ଲିକ। ଏଥିପାଇଁ ସେ ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ଆବିର୍ଭାବ ସତ୍ତ୍ବେ ଜାରି ରହିଥିବା ନିର୍ବାଚନ ପ୍ରଚାର, କୃଷକ ଆନ୍ଦୋଳନ ଓ ଅନ୍ୟାନ୍ୟ ସାମାଜିକ ସମାବେଶକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଦୀର୍ଘ ଦୁଇ ମାସ ଯାଏ ଚାଲିଥିବା କାର୍ଗିଲ ଯୁଦ୍ଧ ବେଳେ ଦେଶ ଯେତିକି ଜୀବନ ହରାଇନଥିଲା, ଏବେ ମହାମାରୀ କୋଭିଡ୍‌ରେ ଦୈନିକ ତା'ଠାରୁ ଅଧିକ ନାଗରିକ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି ସେ କହିଛନ୍ତି।

ରବିବାର ଟ୍ବିଟ କରି ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆମ ଦେଶ ଏବେ ଭିନ୍ନ ଏକ ଯୁଦ୍ଧର ସାମନା କରୁଛି। ଗତକାଲି ଦେଶ ୧୩୩୮ଟି କୋଭିଡ୍‌ ମୃତ୍ୟୁ ଦେଖିଥିଲା ବେଳେ ପୂର୍ବଦିନ ତାହା ୧୧୮୨ ଥିଲା, ଯାହା କାର୍ଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ମୋଟ ସହିଦ ସଂଖ୍ୟାର ଅଢ଼େଇ ଗୁଣରୁ ଅଧିକ ହେବ। ସୁତରାଂ ଦେଶ ଏବେ ଏହି ନୂତନ ଯୁଦ୍ଧ ଉପରେ ଦୃଷ୍ଟି ନିବଦ୍ଧ କରିବା ଜରୁରୀ ବୋଲି ସେ କହିଛନ୍ତି। ଅପରପକ୍ଷେ, ନିର୍ବାଚନ ଶୋଭାଯାତ୍ରା, ଧାର୍ମିକ ସମାବେଶ ଓ ଚାଷୀ ଆନ୍ଦୋଳନ ଆଦି ଯୋଗୁଁ ଆମର ଏ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ତେଣୁ ଏଥିପ୍ରତି ଭାରତବାସୀ ଜାଗ୍ରତ ହେବାକୁ ସେ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe