୨ ବିହାର ଶିଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୯୦ କୋଟିରୁ ଅଧିକ ଟଙ୍କା

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ପାଟନ‌ା: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ବିହାରରେ ୨ ଜଣ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ୯୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। କତିହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ୨ ଛାତ୍ର ଆଶିଷ କୁମାର ଏବଂ ଗୁରୁଚରଣ ବିଶ୍ବାସଙ୍କ ଆକାଉଣ୍ଟ୍‌ରେ ଯଥାକ୍ରମେ ୬,୨୦,୧୧,୧୦୦ ଏବଂ ୯୦, ୫୨,୨୧,୨୨୩ ଟଙ୍କା ଡିପୋଜିଟ୍‌ ହୋଇଛି। ଗତକାଲି ଏହି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି । ବାଗାହୁଡ଼ା ପଞ୍ଚାୟତ ଅଧୀନସ୍ଥ ପସ୍ତିଆ ଗ୍ରାମର ଏହି ୨ ଶିଶୁଙ୍କର ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ରହିଛି। କତିହାର ଜିଲ୍ଲାପାଳ ଉଦୟନ ମିଶ୍ର ମଧ୍ୟ ୨ ଶିଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଏତେ ଟଙ୍କା ଯାଇଥିବା ସ୍ପଷ୍ଟ କରିଛନ୍ତି। ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍‌ ଏଲଡିଏମ୍‌ କହିଛନ୍ତି, ୨ ଶିଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଏତେ ବିପୁଳ ଟଙ୍କା ପଡ଼ିଥିବା ଜାଣି ଆମେ ସେମାନଙ୍କ ଆକାଉଣ୍ଟ୍‌କୁ ଅଚଳ କରିଦେଇଛୁ। ଶିଶୁଙ୍କ ବାପା ମା’ଙ୍କୁ ଜେରା କରିବା ସମୟରେ ସେମାନେ ଏହି ଟଙ୍କା କେଉଁଠୁ ଆସିଛି କିଛି କହିନାହାନ୍ତି। ତେବେ ଟଙ୍କା କିଏ ପଠାଇଛି ତାହା ଜାଣିବାପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଏଲ୍‌ଡିଏମ୍‌ ଏମ୍‌ କେ ମଧୁକଡ଼ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe