ରାଜପଥ ଟୋଲ୍‌ଗେଟରେ ଆଜିଠୁ ଦେବାକୁ ପଡ଼ିବ ଅଧିକ ଟିକସ: ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି

ରାଜପଥ ଟୋଲ୍‌ଗେଟରେ ଆଜିଠୁ ଦେବାକୁ ପଡ଼ିବ ଅଧିକ ଟିକସ: ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି

fastag.brokerage-free.in

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜପଥରେ ଏପ୍ରିଲ ପହିଲାରୁ ଗାଡ଼ି ଚାଳକମାନଙ୍କୁ ଅଧିକ ଟୋଲ୍‌ ଫି ଦେବାକୁ ହେବ। ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପରେ ଟୋଲ ଫି ବୃଦ୍ଧି ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏନଏଚଏଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟର ରାଜପଥଗୁଡ଼ିକରେ ଥିବା ଟୋଲଗେଟ ଦେଇ ଯିବାଆସିବା କରୁଥିବା ବିଭିନ୍ନ ଗାଡ଼ି ପାଇଁ ଶୁଳ୍କ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ମୂଲ୍ୟସୂଚୀ ବୃଦ୍ଧି ଆଧାରରେ ଶୁଳ୍କରେ ଏହି ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୧ଟି ଟୋଲଗେଟ୍ ଜାତୀୟ ରାଜପଥଗୁଡ଼ିକରେ ରହିଛି। ସେସବୁ ଟୋଲ୍ଗେଟରେ ଗାଡ଼ି ମାଲିକମାନେ ଅଧିକ ଶୁଳ୍କ ଗଣ‌ିବେ।

ଜାତୀୟସ୍ତରର ଏକ ରିପୋର୍ଟ ଅନୁଯାୟୀ ଟୋଲଗେଟ ଟିକସରେ ହାଲୁକା ଯାନ କ୍ଷେତ୍ରରେ ଥରେ ଯିବା ପାଇଁ ଅଧିକ ୧୦ ଟଙ୍କା ଗଣିବାକୁ ‌ପଡ଼ିବ। ବାଣିଜ୍ୟିକ ଯାନ କ୍ଷେତ୍ରରେ ଗାଡ଼ିମାଲିକଙ୍କୁ ଏଥିପାଇଁ ୬୫ ଟଙ୍କା ଅଧିକ ଟିକସ ଦେବାକୁ ହେବ। ଫଳରେ ଆସନ୍ତାକାଲିଠାରୁ ରାଜପଥରେ ଯାତ୍ରା କରିବା ମହଙ୍ଗା ହୋଇଯିବ। ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଏନଏନ ଗିରିଙ୍କ ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଟୋଲଗେଟ୍ ଟିକସର ପରିବର୍ତ୍ତିତ ଦର ନେଇ ବିଜ୍ଞପ୍ତି ଜାରି ହୋଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ରାଜପଥଗୁଡ଼ିକରେ ଜିପ୍ ଓ କାର୍‌ର ଟୋଲଗେଟ୍ ଟିକସ ୧୦ ଟଙ୍କା ବଢ଼ିବ। କିନ୍ତୁ ବଡ଼ ଯାନଗୁଡ଼ିକ ପାଇଁ ଏହା ୬୫ ଟଙ୍କା ବୃଦ୍ଧି ଘଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe