www.indiatoday.in
ଲକ୍ଷ୍ନୌ: ଅନେକ ବିରୋଧ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉତ୍ତରପ୍ରଦେଶ ପୁଲିସ। ଲଖିମପୁର ଖେରି ହିଂସା ମାମଲାରେ ଆଜି ୟୁପି ପୁଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି।
ଲଖିମପୁର ଖେରି ହିଂସା ମାମଲାରେ ଦାଖଲ ହୋଇଥିବା ଏତଲାରେ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ କରାଯାଇଥିଲା। ଅକ୍ଟୋବର ୩ରେ ହୋଇଥିବା ହିଂସାରେ ତାଙ୍କ କାର ତଳେ ଚାପି ହୋଇ ଚାରିଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଆଜି ୟୁପି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଅନ୍ୟ ଦୁଇଜଣ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବ କୁଶଙ୍କୁ ଆଜି ପୁଲିସ ପଚରାଉଚରା କରି ଏହି ମାମଲା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗ୍ରହଣ କରିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମୋ ପୁଅ ଦୋଷୀ ନୁହଁ ବୋଲି କହିବା ସହ ପ୍ରମାଣ ଦେବାକୁ କହିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ଘଟଣା ସମୟରେ ତାଙ୍କୁ ପୁଅ ଅନ୍ୟ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ବୋଲି କହିବା ସହ ପୁଅ ଗାଡ଼ି ଚଢ଼ାଇଥିବା ପ୍ରମାଣ ଦେଲେ ହିଁ ମୁଁ ଇସ୍ତଫା ଦେବି ବୋଲି କହିଥିଲେ ଅଜୟ ମିଶ୍ର।
Follow Us