Image Courtesy of ANI
ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱର୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଆଜି ଜଣାପଡ଼ିଛି।
ତାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ଉପରୋକ୍ତ ଖବର ସେୟାର୍ କରି ହିନ୍ଦୀ ଭାଷାରେ ଡାକ୍ତର ପାୱାର୍ ଲେଖିଛନ୍ତି, ଆଜି ମୋ କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବାରୁ ନିଜ ବାସଭବନରେ ‘କ୍ବାରେଣ୍ଟିନ୍’ରେ ରହିଛି।
ଆପଣମାନଙ୍କୁ ଅନୁରୋଧ, ଗତ କିଛି ଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ ଏବଂ କରୋନାଭାଇରସ୍ କବଳରୁ ନିରାପଦ ରହିବା ନିୟମ ମାନନ୍ତୁ।
Image Courtesy of Zee Newsତେଣେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରକର୍ଡ ସଂଖ୍ୟକ ୯୦,୯୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୫୬.୫% ଅଧିକ। ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩,୫୧,୦୯,୨୮୬ରେ ପହଞ୍ଚିଛି। ସେହିପରି, ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୩୨୫ଜଣ ଆକ୍ରାନ୍ତଙ୍କ ସମେତ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୨,୮୬୭ରେ ପହଞ୍ଚିଛି।
ଏହା ବ୍ୟତିରେକେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୦୧ ଥିବାବେଳେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୩,୪୧,୦୦୯।
Follow Us