ୟୁକ୍ରେନ୍ ଉପରେ ଆଇସିବିଏମ ପକାଇଲା ରୁଷ

ୟୁକ୍ରେନ ପକ୍ଷରୁ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରାଯିବା ପରେ ରକ୍ତମୁଖା ହୋଇପଡ଼ିଛି ମସ୍କୋ । ଏହାର ଜବାବ ଆଇସିବିଏମ୍ (ଇଣ୍ଟରକଣ୍ଟିନେଣ୍ଟାଲ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର) ପ୍ରୟୋଗ ମାଧ୍ୟମରେ ଦେଇଛି ମସ୍କୋ । 

ଅଦ୍ୟତନ ହୋଇଛି
russia

 ମସ୍କୋ: ୟୁକ୍ରେନ ପକ୍ଷରୁ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରାଯିବା ପରେ ରକ୍ତମୁଖା ହୋଇପଡ଼ିଛି ମସ୍କୋ । ଏହାର ଜବାବ ଆଇସିବିଏମ୍ (ଇଣ୍ଟରକଣ୍ଟିନେଣ୍ଟାଲ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର) ପ୍ରୟୋଗ ମାଧ୍ୟମରେ ଦେଇଛି ମସ୍କୋ । 

ୟୁକ୍ରେନର ସେନା କହିଛି ଯେ ଋଷ ଆଇସିବିଏମ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି। ଗୁରୁବାର ସକାଳେ ଡିନିପ୍ରୋ ସହରରେ ହୋଇଥିବା ଆକ୍ରମଣ ସମୟରେ ଏହାକୁ ବ୍ୟବହାର କରାଯାଇଥିଲା।

ୟୁକ୍ରେନର ବାୟୁସେନା ଏକ ବିବୃତିରେ କହିଛି ଯେ ରୁଷିଆର ଆଷ୍ଟ୍ରାଖାନ୍ ଅଞ୍ଚଳରୁ ଏକ ଆନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ତେବେ କେଉଁ ପ୍ରକାର ଆଇସିବିଏମ ରୁଷିଆ ଚଳାଇଛି ତାହା କୁହାଯାଇନାହିଁ।

ୟୁକ୍ରେନର ସେନା ଆହୁରି ମଧ୍ୟ କହିଛି ଯେ, ଡିନିପ୍ରୋ ଉପରେ ହୋଇଥିବା ଆକ୍ରମଣରେ ୭ଟି କ୍ରୁଜ୍ କ୍ଷେପଣାସ୍ତ୍ର ସହ ଏକ୍ସ-୪୭ଏମ୍୨ କିନଜାଲ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଆକ୍ରମଣ କରାଯାଇଥିଲା। ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିଲା। ଅନ୍ୟ କ୍ଷେପଣାସ୍ତ୍ର ବିଶେଷ କ୍ଷୟକ୍ଷତି କରିନଥିଲା।

ଆଇସିବିଏମ କ’ଣ ?
ଆଇସିବିଏମ୍ ହେଉଛି ଦୂରଗାମୀ କ୍ଷେପଣାସ୍ତ୍ର। ଏଗୁଡ଼ିକ ଆକାରରେ ବଡ଼ ଓ ଭାରି ହୋଇଥାଏ। ଏହା ବିପୁଳ ପରିମାଣର ବିସ୍ଫୋରକ କିମ୍ବା ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବା ପାଇଁ ଡିଜାଇନ୍ କରାଯାଇଥାଏ। ଏହି କାରଣରୁ ସେଗୁଡ଼ିକ ବହୁତ ବିପଜ୍ଜନକ ଅଟନ୍ତି । ଆଇସିବିଏମ୍ ଲ୍ଞ୍ଚ୍ ହେବା ପରେ ପ୍ରଥମେ ଉଚ୍ଚତା ହାସଲ କରିଥାଏ। ଏମାନେ ପୃଥିବୀର ବାୟୁମଣ୍ଡଳ ଉପରକୁ ଯାଇ ଅତି ଦ୍ରୁତ ବେଗରେ ଲକ୍ଷ୍ୟ ଆଡ଼କୁ ଗତି କରିଥାନ୍ତି। ନିକଟତର ହେଲେ ସେମାନେ ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରି ଟାର୍ଗେଟରେ ମାଡ଼ ହୋଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe