TRT World
ମସ୍କୋ: ରୁଷ୍ରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ରୁଷ୍ରେ ଆଜି ରେକର୍ଡ ସଂଖ୍ୟକ ସଂକ୍ରମଣ ଏବଂ ମୃତ୍ୟୁ ରିପୋର୍ଟ ହୋଇଛି। ତେଣୁ ସଂକ୍ରମଣ ରୋକିବା ପାଇଁ ଆସନ୍ତା ୧୧ ଦିନ ପାଇଁ ମସ୍କୋରେ ସଟ୍ଡାଉନ୍ ହୋଇଛି। ଗୁରୁବାର ରୁଷ୍ରେ ୪୦,୦୯୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୫୯ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପରେ ସର୍ବାଧିକ ପ୍ରଭାବିତ ରୁଷ୍ରେ ଟିକାକରଣ ମଧ୍ୟ ଖୁବ୍ କମ୍ ରହିଛି। ଗତ କିଛି ସପ୍ତାହ ଧରି ରୁଷ୍ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଛି। ରୁଷ୍ରେ ସମସ୍ତ ଅଣ ଅତ୍ୟାବଶ୍ୟକ କାର୍ଯ୍ୟକୁ ବନ୍ଦ କରାଯାଇଛି। ରୁଷ୍ ସଂକ୍ରମଣ ପ୍ରଶାସନର ଚିନ୍ତା ବଢ଼ାଇଛି। ରୁଷ୍ରେ ମାତ୍ର ୩୨ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁଟିନ ଗତ ସପ୍ତାହରେ ଅକ୍ଟୋବର ୩୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ। ରୁଷ୍ରେ ପାଖାପାଖି ୮.୪ ନିୟୁତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୨୩୫,୦୦୦ରୁ ଅଧିକ କରୋନା ମୃତ୍ୟୁ ହୋଇଛି।
Follow Us