ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

Advertisment
ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତରେ ଏଯାବତ ଅନେକ ସହରରେ ଡେଙ୍ଗୁର ଭୟାବହ ଘଟଣା ସାମ୍ନାକୁ ଆସିଛି। ଡେଙ୍ଗୁ ଜ୍ବରରେ ପୀଡିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମଶା କାମୁଡ଼ିବା ହେତୁ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଉଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।

ନିକଟରେ ଜର୍ମାନରୁ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣି ଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଛି। ମଶା କାମୁଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କର ଥରେ କି ଦୁଇଥର ନୁହେଁ, ୩୦ଥର ଅସ୍ତ୍ରୋପଚାର ହୋଇଛି।

ଏଭଳି ଘଟଣା ଜର୍ମାନର ଏକ ସହରରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କ ଜଙ୍ଘକୁ ମଶା କାମୁଡ଼ି ଦେଇଥିଲା। ଏହାପରେ ତାଙ୍କୁ ଯେତେବେଳେ ଯନ୍ତ୍ରଣା ହୋଇଥିଲା ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କିନ୍ତୁ ଧୀରେଧୀରେ ଏଯନ୍ତ୍ରଣା ଏତେ ବଢ଼ି ଯାଇଥିଲା କି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥିଲା।

ଏମିତି କି ତାଙ୍କର ଲିଭର, କିଡନୀ, ହାର୍ଟ ଓ ଫୁସଫୁସ ଆଦି କାମ କରିବା ବନ୍ଦ କରି ଦେଇଥିଲା। ଏହାପରେ ଡାକ୍ତର ତାଙ୍କ ଜଙ୍ଘର ଅସ୍ତ୍ରୋପଚାର କରିଥିଲେ। ଡାକ୍ତର ଭାବିଥିଲେ ଏହି ଅସ୍ତ୍ରୋପଚାର ପରେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଠିକ ହୋଇଯିବ। କିନ୍ତୁ ସ୍ବାସ୍ଥ୍ୟରେ କୌଣସି ସୁଧାର ନଆସିବାରୁ ବ୍ୟକ୍ତିଙ୍କ ଥରେ କି ଦୁଇଥର ନୁହେଁ, ଛୋଟ ବଡ଼ ଏପରି ଭାବେ ୩୦ଟି ଅସ୍ତ୍ରୋପଚାର କରାଯାଇଥିଲା। ଏହି ବ୍ୟକ୍ତିଙ୍କୁ ଏସିୟନ ଟାଇଗର ପ୍ରଜାତିର ମଶା କାମୁଡ଼ି ଦେଇଥିଲା। ଏହା ବହୁତ ବିଷଧର ବୋଲି କୁହାଯାଉଛି। ତେବେ ୩୦ଟି ଅସ୍ତ୍ରୋପଚାର ପରେ ବ୍ୟକ୍ତିଙ୍କ ସ୍ବାସ୍ଥାବସ୍ଥା ଏବେ ଭଲ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe