Image Source: The Times of India
ବରେଲି: ସୁଭାଷନଗର ଅଞ୍ଚଳରେ ମଶାଧୂପ ପଡ଼ି କମ୍ବଳରେ ନିଆଁ ଲାଗିଯିବାରୁ ଜଣେ ୪୫ ବର୍ଷିୟ ରିକ୍ସାବାଲା ଏବଂ ତାଙ୍କର ପତ୍ନୀ ପୋଡ଼ିହୋଇ ମରିଛନ୍ତି।
ଭିତରପଟୁ କବାଟ କିଳାଯାଇଥିବା ଗୋଟିକିଆ କୋଠରିରେ ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ଉଭୟ ପ୍ରବଳ ମଦ ପିଇଥିବାରୁ ଜଳନ୍ତା କମ୍ବଳ ମଧ୍ୟରୁ ବାହାରି ପଦାକୁ ଯାଇ ପାରି ନ ଥିଲେ। ଘର ଭିତରେ ଥିବା ସବୁ ଜିନିଷ ପୋଡ଼ି ଅଙ୍ଗାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରୁ ଶବ ଦୁଇଟି ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।
/sambad/media/post_attachments/wp-content/uploads/2019/11/mc-300x225.jpg)
ମୃତ ରିକ୍ସାଚାଳକ ହେଉଛନ୍ତି ପପୁ। ସେ ବର୍ଷେ ହେବ ଘରଭଡ଼ା ନେଇ ୪୫ ବର୍ଷୀୟ ପତ୍ନୀ ରଜନୀ ସହ ରହୁଥିଲେ। ସେମାନଙ୍କର ଏକମାତ୍ର ପୁଅ ମୁକେଶ ହାପୁରରେ ବାସ କରନ୍ତି, କିନ୍ତୁ ବାପାମାଆଙ୍କ ସହ ତାଙ୍କର ସମ୍ପର୍କ ନ ଥିଲା। ତେଣୁ ସେ ଦମ୍ପତି ଏକା ରହୁଥିଲେ ଏବଂ କେବେ କେମିତି ଏକତ୍ର ମଦ୍ୟପାନ କରୁଥିଲେ।
ପୁଅର ଠିକଣା ଜଣା ନ ଥିବାରୁ ବ୍ୟବଚ୍ଛେଦ ପରେ ଶବଗୁଡ଼ିକୁ କୁଇଲା ଅଞ୍ଚଳରେ ରହୁଥିବା ପପୁଙ୍କର ବଡ଼ଭାଇଙ୍କୁ ହସ୍ତାନ୍ତର କାଯାଇଥିଲା। ମଶାଧୂପ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ପଲିସ କହିଛି।
Follow Us