ମହାମାରୀ କବଳିତ ବିଶ୍ବରେ ବର୍ଷ-୨୦୨୧ର ଶ୍ରେଷ୍ଠ ୧୦ଟି ବାସପୋଯୋଗୀ ସହର

ମହାମାରୀ କବଳିତ ବିଶ୍ବରେ ବର୍ଷ-୨୦୨୧ର ଶ୍ରେଷ୍ଠ ୧୦ଟି ବାସପୋଯୋଗୀ ସହର

Image Courtesy of Zee News

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ସମ୍ପ୍ରତି କରୋନାଭାଇରସ୍‌ ମହାମାରୀ ସହ ସଂଗ୍ରାମରତ ଥିବା ବେଳେ ‘ଦି ଇକୋନୋମିଷ୍ଟ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ (ଇଆଇୟୁ) ନିଉଜିଲାଣ୍ଡ୍‌ର ‘ଅକ୍‌ଲାଣ୍ଡ୍‌’ ମେଟ୍ରୋପଲିଟାନ୍ ସହରକୁ ବିଶ୍ବର ‌ସର୍ବୋତ୍ତମ ବାସପୋଯୋଗୀ ସହର ଭାବେ ନାମିତ କରିଛି।

‘ଇଆଇୟୁ’ ମତରେ, ନିଉଜିଲାଣ୍ଡ୍‌ ସଫଳତାର ସହ କୋଭିଡ୍‌-୧୯ ପରିଚାଳନା କରିବା ହେଉଛି ଏହାର କାରଣ। ୨୦୨୧ ଫେବ୍ରୁଆରି ୨୨ ରୁ ୨୦୨୧ ମାର୍ଚ ୨୧ ପର୍ଯ୍ୟନ୍ତ ‘ଇଆଇୟୁ’ର ସର୍ବେକ୍ଷଣ ଚାଲିଥିବା ବେଳେ ନିଉଜ୍‌ଲାଣ୍ଡ୍‌ରେ ସ୍କୁଲ୍‌, ଥିଏଟର୍‌, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ମନୋରଞ୍ଜନ ଆଦି ଖୋଲା ରଖିଥିଲା।

ଡାକ୍ତରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଭଳି ସୁରକ୍ଷା ଓ ନିରାପତ୍ତାକୁ ଭିତ୍ତି କରି ଉତ୍ତମ ବାସପୋଯୋଗୀ ସହର ସର୍ବେକ୍ଷଣ କରାଯାଇଥିଲା। ଏହି କାରଣରୁ ‘ଇଆଇୟୁ’ର ‘ଗ୍ଲୋବାଲ୍‌ ଲିଭେବିଲିଟି ଇଣ୍ଡେକ୍ସ୍‌’ରେ ଥିବା ୧୪୦ଟି ସହର ତାଲିକା ଶୀର୍ଷରେ ରହିବାରେ ସମର୍ଥ ହୋଇଛି ‘ଅକ୍‌ଲାଣ୍ଡ୍‌’।

publive-image Auckland: Image Courtesy of CNN

ସେଥିରୁ ବର୍ଷ ୨୦୨୧ ନିମ‌େନ୍ତେ ସର୍ବେକ୍ଷଣ ପଏଣ୍ଟ୍‌ ଆଧାରରେ ଶ୍ରେଷ୍ଠ ୧୦ଟି ସହର ‌ମଧ୍ୟରେ ଅକ୍‌ଲାଣ୍ଡ୍‌ ୯୬.୦ ପଏଣ୍ଟ୍‌ ହାସଲ କରି ପ୍ରଥମ ସ୍ଥାନରେ ଥିବା ବେଳେ ୯୪.୨ ପଏଣ୍ଟ୍‌ ଲାଭ କରି ଦ୍ବିତୀୟ ସ୍ଥାନରେ ରହିଛି ଜାପାନର ଓସାକା। ସେହିଭଳି ୯୪.୦ ପଏଣ୍ଟ୍‌ ପାଇ ଅ‌ଷ୍ଟ୍ରେଲିଆର ଆଡେଲାଇଡ୍ ତୃତୀୟ, ୯୩.୭ ପଏଣ୍ଟ୍‌ ହାସଲ କରି ନିଉଜିଲାଣ୍ଡ୍‌ର ୱେଲିଙ୍ଗ୍‌ଟନ୍‌ ଚତୁର୍ଥ, ୯୩.୭ ପଏଣ୍ଟ୍‌ ପାଇଥିବା ଜାପାନର ଟୋକିଓ ପଞ୍ଚମ, ୯୩.୩ ପଏଣ୍ଟ୍‌ ପାଇ ଅଷ୍ଟ୍ରେଲିଆର ପର୍ଥ ଷଷ୍ଠ, ୯୨.୮ ପଏଣ୍ଟ୍‌ ପାଇ ସ୍ବିଜର୍‌ଲାଣ୍ଡ୍‌ର ଜୁରିଚ୍ ସପ୍ତମ, ୯୨.୮ ପଏଣ୍ଟ୍‌ ପାଇ ସ୍ବିଜର୍‌ଲାଣ୍ଡ୍‌ର ଜୁରିଚ୍ ଜେନିଭା ଅଷ୍ଟମ, ୯୨.୫ ପଏଣ୍ଟ୍‌ ପାଇ ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ନବମ, ଏବଂ ୯୨.୪ ପଏଣ୍ଟ୍‌ ପାଇ ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ ଦଶମ ସ୍ଥାନରେ ଅଛନ୍ତି।

ଦୁର୍ଯୋଗକୁ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହରେ ଭାରତ ପରିସ୍ଥିତି ଶୋଚନୀୟ ହୋଇପଡ଼ିବାରୁ ଏହାର କୌଣସି ସହର ଏବର୍ଷ ‘ଇଆଇୟୁ’ ତାଲିକାଭୁକ୍ତ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe