ମୋଷ୍ଟୱାଣ୍ଟେଡ୍‌ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲା କାନାଡାରୁ ଗିରଫ

Advertisment

ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମୋଷ୍ଟୱାଣ୍ଟେଡ ଘୋଷିତ  ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଦଲ୍ଲା କାନାଡାରୁ ଗିରଫ ହୋଇଛି।  ୨୮ ବର୍ଷୀୟ ଦଲ୍ଲା ପତ୍ନୀ ସହ କାନାଡାରେ ରହୁଥିବା ବେଳେ ଆଜି କାନାଡ....

ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମୋଷ୍ଟୱାଣ୍ଟେଡ ଘୋଷିତ  ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଦଲ୍ଲା କାନାଡାରୁ ଗିରଫ ହୋଇଛି।  ୨୮ ବର୍ଷୀୟ ଦଲ୍ଲା ପତ୍ନୀ ସହ କାନାଡାରେ ରହୁଥିବା ବେଳେ ଆଜି କାନାଡ....

sfsfssfeee

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ପାଇଁ ମୋଷ୍ଟୱାଣ୍ଟେଡ ଘୋଷିତ  ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଦଲ୍ଲା କାନାଡାରୁ ଗିରଫ ହୋଇଛି।  ୨୮ ବର୍ଷୀୟ ଦଲ୍ଲା ପତ୍ନୀ ସହ କାନାଡାରେ ରହୁଥିବା ବେଳେ ଆଜି କାନାଡା ପୁଲିସ ତାକୁ ଗିରଫ କରିଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ସୂଚନା ମିଳିଛି। ଅକ୍ଟୋବର ୨୭ ଓ ୨୮ ତାରିଖରେ ମିଲ୍ଟନ ସହରରେ ସଶସ୍ତ୍ର ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ଦଲ୍ଲାକୁ କାନାଡା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ତାକୁ ଛାଡ଼ିଦେବା ପାଇଁ ଖଲିସ୍ତାନ ଗୋଷ୍ଠୀ ଚାପ ପକାଉଥିବା ବେଳେ ଏହାକୁ ନେଇ କାନାଡା ପୁଲିସ ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ।

କାନାଡାର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି, ବିଶେଷ କରି ହଲ୍‌ଟନ ଆଞ୍ଚଳିକ ପୋଲିସ ସେବା (ଏଚ୍‌ଆରପିଏସ୍‌) ନିକଟରେ ହୋଇଥିବା ଗୁଳିକାଣ୍ଡରେ ଅର୍ଶର ସଂପୃକ୍ତି ଥିବା ଜାଣିବା ପରେ ତାକୁ ଗିରଫ କରିଛି। ଭାରତୀୟ କର୍ତ୍ତୃପକ୍ଷ ଏହି ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଅଧିକ ବିବରଣୀ ପାଇଁ କାନାଡା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ଦଲ୍ଲା ଖଲିସ୍ତାନୀ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ଥିଲା ଏବଂ   ନିହତ ଆତଙ୍କବାଦୀ ହରଦୀପ ସିଂ ନିଜାରର ଉତ୍ତରାଧିକାରୀ ଭାବରେ ନିଜର ପରିଚୟ ଦେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe