ଭାରତର ଶତ୍ରୁଙ୍କୁ ପାକିସ୍ତାନରେ ସଫା କରୁଛି କିଏ? ପାକିସ୍ତାନରେ ଆତଙ୍କବାଦୀ ମୁଫତି କାଇସର ଫାରୁକକୁ ଗୁଳି ମାରି ହତ୍ୟା

Advertisment
ଭାରତର ଶତ୍ରୁଙ୍କୁ ପାକିସ୍ତାନରେ ସଫା କରୁଛି କିଏ? ପାକିସ୍ତାନରେ ଆତଙ୍କବାଦୀ ମୁଫତି କାଇସର ଫାରୁକକୁ ଗୁଳି ମାରି ହତ୍ୟା

ନୂଆଦିଲ୍ଲୀ: କିଏ ସେ ଅଜଣା ବ୍ୟକ୍ତି? ପାକିସ୍ତାନରେ ରହି ଭାରତର ଶତୃମାନଙ୍କୁ କିଏ କରୁଛି ନିପାତ? ପାକିସ୍ତାନରେ ଖୁଲମଖୁଲା ବୁଲୁଥିବା ଆତଙ୍କବାଦୀମାନଙ୍କୁ କିଏ ହତ୍ୟା କରୁଛି? ଏବେ ଏମିତି କିଛି ପ୍ରଶ୍ନ ଦୁଇ ଦେଶ ମଧ୍ୟରେ ଉଙ୍କି ମାରୁଛି | ବାସ୍ତବରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ନିକଟତମ ବିବେଚିତ ହୋଇଥିବା ମୁଫତି କାଇସର ଫାରୁକକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀ ଗୁଳି ମାରି ହତ୍ୟା କରିଛନ୍ତି | କାଇସର ଫାରୁକ୍ ଆତଙ୍କବାଦୀ ସଂଗଠନ ଲଶ୍କର ଇ ତଇବାର ପ୍ରତିଷ୍ଠାତା ସଦସ୍ୟ ଥିବାବେଳେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଥିଲା। ମିଳିଥିବା ଖବର ମୁତାବକ, ଶନିବାର ଦିନ ସାମନାବାଦ୍ ଅଂଚଳରେ ଏକ ଧାର୍ମିକ ଅନୁଷ୍ଠାନ ନିକଟରେ ୩୦ ବର୍ଷୀୟ କାଇସର ଖୁଲମଖୁଲା ଭାବେ ବୁଲୁଥିବାବେଳେ ତା ଉପରକୁ ଗୁଳି ଚଳାଯାଇଥିଲା |


ଗୁଳିମାଡ ପରେ ମୁଫତି କାଇସର ତଳେ ପଡିଯାଇଥିବାବେଳେ ଅନ୍ୟ ଲୋକମାନେ ଦୌଡ଼ି ପଳାଇଥିଲେ | ଏହି ଗୁଳି ବିନିମୟ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ଆତଙ୍କବାଦୀ କାଇସର ଫାରୁକର ହତ୍ୟା ଘଟଣାର ସିସିଟିଭି ଫୁଟେଜ ବୋଲି କୁହାଯାଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ମୁଫତି କାଇସର କିଛି ଲୋକଙ୍କ ସହ ଚାଲି ଚାଲି ଯାଉଥିବାବେଳେ ହଠାତ ତା ଉପରକୁ ଗୁଳିମାଡ କରାଯାଇଥିଲା | ଆଉ ମୁଫତି କାଇସର ତଳେ ପଡିଯାଇଥିଲା | ଅନ୍ୟ ଲୋକମାନେ ଦୌଡ଼ି ପଳାଇଯାଇଥିଲେ | ତେବେ କିଏ ଗୁଳି ମାଡ କରିଥିଲା ସେନେଇ କୌଣସି ସୂଚନା ମିଳିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe