ଜମ୍ମୁକାଶ୍ମୀର ପୁଲିସ ଜାରି କଲା ଟପ-୧୦ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା, ୭ ପୁରୁଣା ୩ ନୂଆ ସାମିଲ

ଜମ୍ମୁକାଶ୍ମୀର ପୁଲିସ ଜାରି କଲା ଟପ-୧୦ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା, ୭ ପୁରୁଣା ୩ ନୂଆ ସାମିଲ

Representative Image Courtesy of Zee News

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇରେ ସୁରକ୍ଷାବାହିନୀକୁ ଲଗାତାର ସଫଳତା ମିଳିବାରେ ଲାଗିଛି | ଚଳିତ ବର୍ଷ ଆରମ୍ଭରୁ ସୁରକ୍ଷାବାହିନୀ ଏଯାଏଁ ୮୯ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି | ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶ କମାଣ୍ଡର ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ଵାଧିକ ଲଶ୍କର-ଏ-ତୋଇବା ର ଥିଲେ। ଆଇଜିପି କାଶ୍ମୀର ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ନିହତ ୮୯ ଆତଙ୍କବାଦୀଙ୍କ ମଧ୍ୟରୁ ୪୨ରୁ ଅଧିକ ଲଶ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇଥିବାବେଳେ ଆଜି ଜାମ୍ମୁକାଶ୍ମୀର ପୁଲିସ ମୋଷ୍ଟ ୱାଣ୍ଟେଡ ଥିବା ୧୦ ଜଣ ଆତଙ୍କବାଦୀଙ୍କ ନାମ ପ୍ରକାଶ କରିଛି |

ଏହି ତାଲିକାରେ ୭ ଜଣ ପୁରୁଣା ଏବଂ ତିନିଜଣ ନୂଆ ଆତଙ୍କବାଦୀ ଅଛନ୍ତି। ଏହି ତାଲିକା ପ୍ରକାଶ କରିବାବେଳେ ଆଇଜିପି ବିଜୟ କୁମାର କହିଛନ୍ତି ଯେ ଖୁବ୍ ଶୀଘ୍ର ଏହି ଆତଙ୍କବାଦୀମାନେ ଏନକାଉଣ୍ଟରରେ ନିହତ ହେବେ କିମ୍ବା ସେମାନଙ୍କୁ ଗିରଫ କରାଯିବ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଯଦି କେହି ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦିଅନ୍ତି ତେବେ ତାଙ୍କୁ ପୁରସ୍କାର ରାଶି ଦିଆଯିବ | ଜାମ୍ମୁକାଶ୍ମୀର ପୁଲିସ ଦ୍ୱାରା ଜାରି ହୋଇଥିବା ତାଲିକାରେ ଏହି ୧୦ ଜଣ ଆତଙ୍କବାଦୀଙ୍କ ନାମ ରହିଛି |

୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ସଲିମ ପାରେ, ୟୁସୁଫ କାନ୍ତୁର, ଅବ୍ବାସ ଶେଖ, ରିୟାଜ ଶତ୍ତରଗୁଣ୍ଡ, ଫାରୁକ ନାଲି, ଜୁବେର ୱାନି, ଆଶରଫ ମୌଲବୀ ପ୍ରମୁଖ ପୁରୁଣା ଆତଙ୍କବାଦୀ ଥିବାବେଳେ ତିନିଜଣ ନୂଆ ଆତଙ୍କବାଦୀଙ୍କ ମଧ୍ୟରେ ସାକିବ ମଞ୍ଜୁର, ଉମର ମୁଶ୍ଟାକ ଏବଂ ୱାକିଲ ଶାହାର ନାମ ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe