ଜବରଦଖଲ ଉଚ୍ଛେଦ ସମୟରେ ମା‌-ଝିଅ ଜୀବନ୍ତ ଦଗ୍ଧ

ଏସଡିଏମ୍‌, ଏସଏଚଓଙ୍କ ସମେତ ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଜବରଦଖଲ ଉଚ୍ଛେଦ ସମୟରେ ମା‌-ଝିଅ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ଦେହାତର ଏକ ଗ୍ରାମରେ ଜବରଦଖଲ ଉଚ୍ଛେଦ ସମୟ‌ରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ସୋମବାର ପୁଲିସ, ଜିଲ୍ଲା ପ୍ରଶାସନ ଏବଂ ରାଜସ୍ବ ଅଧିକାରୀମାନେ ମଦୌଲି ଗ୍ରାମରେ ପହଞ୍ଚି ‘ଗ୍ରାମ ସମାଜ’ ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏହି ସମୟରେ ୪୫ ବର୍ଷୀୟା ପ୍ରମିଳା ଦୀକ୍ଷିତ ଏବଂ ତାଙ୍କ ୨୦ ବର୍ଷୀୟା ଝିଅ ନେହା ତାଙ୍କ ଘରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କର୍ତ୍ତୃପକ୍ଷ କହିଛନ୍ତି, ସେମାନେ ନିଜେ ନିଜକୁ ଜାଳି ଦେଇଛନ୍ତି। କିନ୍ତୁ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲେକାମାନେ କହୁଛନ୍ତି, ଜବରଦଖଲ ଉଚ୍ଛେଦ ସମୟରେ ସେମାନଙ୍କ ଚାଳିଆରେ ନିଆଁ ଲଗାଇ ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଛି।

ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ମାମଲାରେ ଜଣେ ଏସ୍‌ଡିଏମ୍‌, ଜଣେ ଏସଏଚଓ ଏବଂ ୪ ରାଜସ୍ବ ଅଧିକାରୀଙ୍କ ସମେତ ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତ ପରେ ମଇଥା ଏସ୍‌ଡିଏମ୍‌ ଜ୍ଞାନେଶ୍ବର ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି। ଉଚ୍ଛେଦ ପ୍ରକ୍ରିୟାରେ ବ୍ୟବହାର ହୋଇଥିବା ଜେସିବି ଜବତ କରାଯାଇଛି। କାନପୁର ରେଂଜ ପୁଲିସ ଆଇଜି ପ୍ରଶାନ୍ତ କୁମାର କହିଛନ୍ତି, ହତ୍ୟା ମାମଲାରେ ଏକ ଏତଲା ରୁଜୁ ହୋଇଛି। ମୃତକଙ୍କ ପରିବାର ସଦସ୍ୟ ଶବବ୍ୟବଚ୍ଛେଦ କରାଇ ଦେଇନାହାନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାମରେ ପହଞ୍ଚିବାପରେ ସେମାନେ ବ୍ୟବଚ୍ଛେଦ ପାଇଁ ଶବ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe