ମୋବାଇଲ ଚାର୍ଜରେ ବସାଇ କଥା ହେବା ହେଲା କାଳ; ଘଟଣାସ୍ଥଳରେ ମା’ ଓ ଦୁଇ ଶିଶୁଙ୍କ ମୃତ୍ୟୁ

ମୋବାଇଲ ଚାର୍ଜରେ ବସାଇ କଥା ହେବା ହେଲା କାଳ; ଘଟଣାସ୍ଥଳରେ ମା’ ଓ ଦୁଇ ଶିଶୁଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ୍‌ ବିସ୍ଫୋରଣ ହେତୁ ଦୁଇ ଶିଶୁଙ୍କ ସମେତ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମା’ଙ୍କ ନାମ ମୁଥୁଲକ୍ଷ୍ମୀ ଓ ବୟସ ୨୯ବର୍ଷ ଏବଂ ଦୁଇ ପିଲାଙ୍କ ନାମ ରଣଜିତ (୩ବର୍ଷ) ଓ ଦକ୍ଷିତ (୨ ବର୍ଷ)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ତାମିଲନାଡୁର କରୁରରେ ବସବାସ କରୁଥିବା ମୁଥୁଲକ୍ଷ୍ମୀ ମୋବାଇଲ୍‌ ଚାର୍ଜରେ ବସାଇଥିଲେ। ଏହି ସମୟରେ କଲ୍ ଆସିବାରୁ ଚାର୍ଜରେ ବସିଥିବା ଅବସ୍ଥାରେ ସେ କଥା ହେଉଥିଲେ ଏବଂ ତାଙ୍କ ପାଖରେ ଦୁଇ ପିଲା ରଣ‌ଜିତ ଓ ଦକ୍ଷିତ ଖେଳୁଥିଲେ। ଏହି ସମୟରେ ଫୋନ୍‌ଟି ହଠାତ ଫାଟି ଯାଇଥିଲା ।

Mobile Blasts Incidents That Happened In India In 2019 - Gizbot News Gizbot

ଏହି ଘଟଣାରେ ମା’ ଓ ଦୁଇ ସନ୍ତାନ ଗୁରୁତର ଆହତ ହୋଇଥିଲେ । ସଙ୍ଗେସଙ୍ଗେ ତିନିଜଣ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ମା’ ମୁଥୁଲକ୍ଷ୍ମୀ ଓ ଦୁଇ ପିଲା ରନ୍‌ଜିତ ଓ ଦକ୍ଷିତଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ମୁଥୁଲକ୍ଷ୍ମୀ ଛଅ ବର୍ଷ ପୂର୍ବେ ବାଲକୃଷ୍ଣାଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ଗତ କିଛି ବର୍ଷ ଧରି କରୁରରେ ବସବାସ କରି ଆସୁଥିଲେ। ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଖାଇବା ଷ୍ଟଲ୍‌ ଚଳାଉଥିଲେ। କିନ୍ତୁ କରଜ ଭାର ଅଧିକ ହୋଇଯିବା ପରେ ବାଲକୃଷ୍ଣା ପରିବାରକୁ ଛାଡ଼ି ଚାଲି ଯାଇଥିଲେ। ଏହାପରେ ମୁଥୁଲକ୍ଷ୍ମୀ ଏକାକୀ ପରିବାରର ଭାର ନିଜ କାନ୍ଧକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe