ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବଢ଼ାଇଲା କମ୍ପାନି

Advertisment
ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବଢ଼ାଇଲା କମ୍ପାନି

Telegraph India

ନୂଆଦିଲ୍ଲୀ: ତୈଳଦରର ଅହେତୁକ ବୃଦ୍ଧି ସାଧାରଣ ଜନତାଙ୍କୁ ହନ୍ତସନ୍ତ କରୁଥିବା ବେଳେ ଦୁଗ୍ଧ ପ୍ରକ୍ରିୟାକରଣ କରୁଥିବା କମ୍ପାନିମାନେ ବି ଦାମ ବଢାଇବା ପଛରେ ପଡ଼ି ଯାଇଛନ୍ତି। ଡେରୀ ବ୍ରାଣ୍ଡ ଅମୁଲ ପରେ ଏବେ ମଦର ଡାଏରୀ ବି ତା’ର କ୍ଷୀରର ଦାମ ବୃଦ୍ଧି କରିଛି । ଦିଲ୍ଲୀରେ ଏହି ବ୍ରାଣ୍ଡର କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦାମ ଜୁଲାଇ ୧୧ ତାରିଖ ଠାରୁ ଲାଗୁ ହେବ। କହିରଖୁ କି ଜୁଲାଇ ପହିଲାରୁ ଦେଶର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା।

ମଦର ଡାଏରୀ ପକ୍ଷରୁ କୁହାଯାଇଛି କି ଜୁଲାଇ ୧୧ ତାରିଖ ଠାରୁ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନ ବାଧ୍ୟ ହୋଇଛି । ଏହି ବର୍ଦ୍ଧିତ ଦର କ୍ଷୀରର ସବୁ ଭାରିଆଣ୍ଟ ଉପରେ ଲାଗୁ କରାଯାଇଛି । କହିରଖୁ କମ୍ପାନି ୨୦୧୯ରେ ଶେଷଥର ପାଇଁ କ୍ଷୀରର ଦାମ ବୃଦ୍ଧି କରିଥିଲା।

କମ୍ପାନି ତରଫରୁ କୁହାଯାଇଛି କି କମ୍ପାନି ଏବେ କ୍ଷତିରେ ଚାଲିଛି । ଏହାସହ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦାମ ବଢିଛି। ଏହାସହ ଦୁଗ୍ଧ ଚାଷୀମାନେ ୪ ସପ୍ତାହ ମଧ୍ୟରେ ଦାମ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଗୋଟିଏ ବର୍ଷ ହେବ ଚାଷୀଙ୍କ ଠାରୁ ଅଧିକ ଦାମରେ ଦୁଗ୍ଧ କିଣୁଥିଲେ ବି କମ୍ପାନି ତରଫରୁ କ୍ଷୀରର ଦାମ ବୃଦ୍ଧି କରାଯାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe