ବୋହୂ ମୁଖ୍ୟମନ୍ତ୍ରୀ ହେବା ପରେ ଆସିଲା ଶାଶୁଙ୍କ ପ୍ରତିକ୍ରିୟା

Advertisment

ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତା ଦେଶର ରାଜଧାନୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏନେଇ ତାଙ୍କ ଶାଶୁ ରଖିଥିବା ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତା ଦେଶର ରାଜଧାନୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏନେଇ ତାଙ୍କ ଶାଶୁ ରଖିଥିବା ପ୍ରତିକ୍ରିୟା ସାମ୍ନାକୁ ଆସିଛି।

tmotherq

ନୂଆଦିଲ୍ଲୀ: ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିଛି। ସେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରେଖା ଗୁପ୍ତାଙ୍କ ଜନ୍ମ ହରିୟାଣାର ଜିନ୍ଦରେ ହୋଇଥିଲା। କିନ୍ତୁ ଯେତେବେଳେ ରେଖାଙ୍କୁ ମାତ୍ର ୨ବର୍ଷ ବୟସ ହୋଇଥିଲା, ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ ଜଣେ ଓକିଲ। ଏହା ପୂର୍ବରୁ ସେ ଜଣେ କାଉନସିଲର ଥିଲେ। ତେବେ ଚଳିତ ବର୍ଷ ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ, ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏବେ ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିଛି ବିଜେପି।

ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ଶାଶୁ ମୀରା ଗୁପ୍ତା କହିଛନ୍ତି, "ସେ ପୂର୍ବରୁ ତାଙ୍କ ଘର ଏବଂ ସମାଜର ବହୁତ ଭଲ ଭାବରେ ଯତ୍ନ ନେଇଛନ୍ତି। ଦୁଇ ବର୍ଷ ଧରି ସେ ସମଗ୍ର ଶାଲିମାର ବାଗର କଥା ବୁଝିଥିଲେ। ସବୁବେଳେ ସେ କଠିନ ପରିଶ୍ରମ କରିବାରେ ଅଭ୍ୟସ୍ତ। ମୋ ହିସାବରେ ସେ ସବୁକିଛି ସମ୍ଭାଳି ପାରିବେ। ଆମେ ସମସ୍ତେ ବହୁତ ଖୁସି।"

ତାଙ୍କ ପୁଅ ନିକୁଞ୍ଜ ଗୁପ୍ତା କହିଛନ୍ତି ଯେ, "ଏହା ବହୁତ ଭଲ କଥା ଯେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଯାଇଛି। ଆମେ ନିଶ୍ଚିତ ଯେ ସେ ତାଙ୍କର ଦାୟିତ୍ୱକୁ ଭଲ ଭାବରେ ତୁଲାଇପାରିବେ। ତାଙ୍କର ୩୦ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି। ଏସବୁ ସେ ନିଜେ କରିଛନ୍ତି। ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe