କୋଳଛୁଆକୁ ତଳେ ‌ଥୋଇ ଦୁଇ ଅଚିହ୍ନା ଲୋକଙ୍କୁ ବଞ୍ଚାଇବା ପାଇଁ ବଢ଼ିପାଣିକୁ ଡେଇଁ ପଡ଼ିଲେ ମାଆ

Advertisment
କୋଳଛୁଆକୁ ତଳେ ‌ଥୋଇ ଦୁଇ ଅଚିହ୍ନା ଲୋକଙ୍କୁ ବଞ୍ଚାଇବା ପାଇଁ ବଢ଼ିପାଣିକୁ ଡେଇଁ ପଡ଼ିଲେ ମାଆ

Image Courtesy of Anand Bazar Patrika

ଭୋପାଳ: ୮ ମାସର କୋଳଛୁଆକୁ ତଳେ ଥୋଇ ଗୁରୁବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ଭୋପାଳରେ ବଢ଼ିପାଣିରେ ଉଛୁଳି ଉଠିଥିବା ଗୋଟାଏ ନାଳରେ ଭାସିଯାଉଥିବା ୨ଜଣ ଅପରିଚିତ ବ୍ୟକ୍ତିଙ୍କୁ ରକ୍ଷା କରିବା ଲାଗି ଜଣେ ୩୨ ବର୍ଷୀୟ ମାଆ ପାଣିକୁ ଡେଇଁପଡ଼ିଥିଲେ।

କିନ୍ତୁ, ପ୍ରଖର ସ୍ରୋତରେ ପହଁରି ଜଣେ ବ୍ୟକ୍ତିଙ୍କୁ ସେ ଉଦ୍ଧାର କରି କୂଳକୁ ଆଣିବାରେ ସମର୍ଥ ହୋଇଥିବା ବେଳେ ଆର ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିଲା।

ଏ ସଂକ୍ରାନ୍ତରେ ରବିନା ନାମ୍ନୀ ଉକ୍ତ ସାହସିନୀ ମହିଳା କହିଛନ୍ତି, ଲୋକ ଦୁଇଜଣ ବୁଡ଼ି ଯାଉଥିବା ବେଳେ ଅନେକ ଲୋକ ଠିଆ ହୋଇ ଦେଖୁଥିଲେ। ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି ସାହାଯ୍ୟ କରିଥାଆନ୍ତେ, ୨ଜଣଙ୍କୁ ରକ୍ଷା କରାଯାଇ ପାରିଥାଆନ୍ତା।

ତହିଁ ଆରଦିନ ଦ୍ବିତୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା। ଅପରିଚିତ ବ୍ୟକ୍ତିଦ୍ବୟ ଥିଲେ କୃଷକ।

publive-image Image Courtesy of Cedar City News

ରବିନାଙ୍କ ଦୁଃସାହସକୁ ପୁଲିସ ପ୍ରଶଂସା କରିବା ସହ ନାଜିରାବାଦର ‘ଏସ୍‌ଏଚ୍‌ଓ’ ତାଙ୍କୁ ପୁରସ୍କୃତ କରିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ନାଜିରାବାଦର କଢ଼ାୟାଶାହବାସୀ କୃଷକ ଜିତେନ୍ଦ୍ର ଅହିୱାର୍‌ ଏବଂ ରାଜୁ ଅହିର୍‌ୱାର୍‌ ଖଜୁରିଆ ଗାଁରେ ଜିତେନ୍ଦ୍ରଙ୍କ ସୋୟାବିନ୍‌ ଫସଲରେ କୀଟନାଶକ ସିଞ୍ଚନ କରିବାକୁ ଯାଇଥିଲେ। ଦୁଇ ଗାଁ ମଝିରେ ନାଳଟିଏ ପ୍ରବାହିତ ହେଉଛି। ସେମାନେ ନାଳ ପାର ହେବା ବେଳେ ଏତେ ପାଣି ନ ଥିଲା। କିନ୍ତୁ, ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ହେବାରୁ ସେମାନେ ଫେରିବା ବେଳେ ନାଳ ଉଛୁଳି ପଡ଼ିଥିବା ଦେଖିଥିଲେ।

ସ୍ଥାନୀୟ ଗ୍ରାମବାସୀଙ୍କ ବାରଣ ସତ୍ତ୍ବେ ଜିତେନ୍ଦ୍ର ଓ ରାଜୁ ନାଳ ପାରି ହେବାକୁ ଉଦ୍ୟମ କଲେ। ପ୍ରଖର ବେଗରେ ପ୍ରବାହିତ ନାଳ ପାଣିରେ ଅଳ୍ପ କେଇ ପାଦ ଯାଇଛନ୍ତି କି, ନାହିଁ ଦୁହେଁ ଭାସିଗଲେ। ନିକଟରେ ଥିବା ବସ୍ତିରେ ବାସ କରୁଥିବା ରବିନା ଛୁଆପୁଅକୁ ଦୋଳାରେ ଝୁଲାଉଥିଲା ବେଳେ ଦୁହେଁ ବୁଡ଼ିଯାଉଥିବା ଦେଖିଥିଲେ। କାଳବିଳମ୍ବ ନ କରି ସେ ପୁଅକୁ ତଳେ ଶୁଆଇ ଦେଇ ତୁରନ୍ତ ପାଣିକୁ ଡେଇଁ ପଡ଼ି ଦୁଇଜଣଙ୍କ ଆଡ଼କୁ ପହଁରି ଯାଇଥିଲେ। ମାତ୍ର, ସେ କେବଳ ଜିତେନ୍ଦ୍ରଙ୍କୁ ଟାଣି ଟାଣି କୂଳକୁ ଆଣିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe