Image Courtesy of India Times
ଇନ୍ଦୋର: ବିରାଡ଼ିଛୁଆ ଭାବି ଗାଁ ପିଲାଏ ବଣରୁ ନେଇ ଆସିଥିବା ଛୁଆଙ୍କୁ ମାଆ କଲରାପତ୍ରିଆ ଫେରାଇ ନେଇଥିବା କଥା ଶୁକ୍ରବାର ଦିନ ଧର୍ ବନ ବିଭାଗ କହିଛି।
ଧର୍ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ କହିବା ଅନୁସାରେ, କେତେଜଣ ପିଲା ଗୁରୁବାର ଦିନ ରାଣୀ ରୂପମତୀ ଅଞ୍ଚଳ ଭାବେ ଜଣାଶୁଣା ମୁଣ୍ଡୁ ଜଙ୍ଗଲରେ ଛେଳି ଚଳାଇବା ବେଳେ ୨ଟି କଲାରାପତ୍ରିଆ ଛୁଆଙ୍କୁ ଦେଖିଥିଲେ।
Image Courtesy of Times of Indiaବିରାଡ଼ି ଛୁଆ ବିଚାରି ସେମାନେ କଲରାପତ୍ରିଆ ଛୁଆ ଦୁଇଟିକୁ ଧରି ପକାଇଥିଲେ। କିନ୍ତୁ, ଯେତେବେଳେ ପିଲାଏ ମୋବାଇଲ୍ କ୍ୟାମେରାରେ ଭିଡିଓ ଓ ସେଲ୍ଫି ଉଠାଇଲେ, ଛୁଆ ଦୁଇଟା ଗର୍ଜନ କଲେ। ପିଲାଏ ତୁରନ୍ତ ସେମାନଙ୍କର ଭୁଲ୍ ଜାଣିପାରି ନିଜ ନିଜ ବାପାମାଆଙ୍କୁ ଜଣାଇଲେ।
ପରେ ପରେ ଘଟଣା ସଂକ୍ରାନ୍ତରେ ଖବର ପାଇ ଧର୍ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛୁଆ ଦୁଇଟାଙ୍କୁ ନେଇଯାଇ ସେମାନେ ଯେଉଁଠି ଥିଲେ ସେଇଠି ଛାଡ଼ିଦେଲେ। ଗ୍ରାମବାସୀମାନଙ୍କୁ ସେଠାକୁ ଆସିବାକୁ ବାରଣ କରି ବନ କର୍ମଚାରୀମାନେ ଗୁପ୍ତରେ ସେ ସ୍ଥାନ ଉପରେ ଦୃଷ୍ଟି ରଖିଲେ।
ଶୁକ୍ରବାର ଦିନ ଧର୍ ବନ ବିଭାଗ କହିଛି ଯେ, ଗୁରୁବାର ଦିନ ଛୁଆଙ୍କୁ ଛାଡ଼ି ଚାଲିଯାଇଥିବା ମା କଲରାପତ୍ରିଆଟି ରାତିରେ ଫେରି ଆସି ପୁଣି ଛୁଆମାନଙ୍କୁ ନେଇଯାଇଛି।
ମାସକର ଛୁଆ ଦୁଇଟି ବେଶ୍ ସୁସ୍ଥ ସବଳ ଥିବା କଥା ବନ ବିଭାଗ କହିଛି।
Follow Us