Image Courtesy of NDTV
ଗାଜା ସିଟି: ଗାଜାର ‘ଅଲ୍-ଶିଫା’ ଡାକ୍ତରଖାନା ନିକଟରୁ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜଣେ ମହିଳାଙ୍କ ଶବ ମିଳିଥିବା କଥା ଇସ୍ରାଏଲ୍ କହିଛି।
ଅକ୍ଟୋବର ୭ ତାରିଖ ଆକ୍ରମଣ ବେଳେ ହମାସ୍ ଆତଙ୍କବାଦୀମାନେ ୫ଜଣ ପିଲାଙ୍କ ମାଆ ଏହି ମହିଳାଙ୍କୁ ଅପହରଣ କରି ନେଇଥିଲେ।
ଇସ୍ରାଏଲ୍ ସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ପଣବନ୍ଦୀ ଥିବା ଏହି ମହିଳାଜଣକ ହେଉଛନ୍ତି ୬୫ ବର୍ଷୀୟ ୟେହୁଦିତ୍ ୱେଇସ୍। ‘ଶିଫା ହସ୍ପିଟାଲ୍’ ସଂଲଗ୍ନ ଗୋଟାଏ ଘରୁ ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ ତାଙ୍କୁ ମୃତାବସ୍ଥାରେ ଉଦ୍ଧାର କରିଛି।
Image Courtesy of NDTV‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ର ମୁଖପାତ୍ର ଡାନିଏଲ୍ ହେଗାରି କହିଛନ୍ତି, ଗାଜା ଷ୍ଟ୍ରିପ୍ରେ ଆତଙ୍କବାଦୀମାନେ ୟେହୁଦିତ୍ଙ୍କୁ ହତ୍ୟା କରିଛନ୍ତି। ଠିକ୍ ସମୟରେ ଆମେ ତାଙ୍କ ନିକଟରେ ପହଞ୍ଚି ପାରିଲୁ ନାହିଁ।
‘ଏକ୍ସ’ ପୋଷ୍ଟ୍ରେ ‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ କହିଛି, ୱେଇସ୍ ୫ଜଣ ପିଲାଙ୍କ ମାଆ ଓ ସେ ଗୋଟାଏ କିଣ୍ଡର୍ଗାର୍ଟେନ୍ରେ ଚାକିରି କରୁଥିଲେ। ଅକ୍ଟୋବର ୭ ତାରିଖ ଦିନ ଦକ୍ଷିଣ ଇସ୍ରାଏଲ୍ ଅନ୍ତର୍ଗତ କିବ୍ବୁଜ୍ ବେ’ୟେରିସ୍ଥିତ ବାସଭବନରେ ହମାସ୍ ଆତଙ୍କବାଦୀମାନେ ତାଙ୍କ ସ୍ବାମୀ ସ୍ମୁଲିକ୍ ୱେଇସ୍ଙ୍କୁ ହତ୍ୟା କରି ତାଙ୍କୁ ଅପହରଣ କରି ନେଇଥିଲେ।
ୱେଇସିଙ୍କ ଶବ ପାଖରୁ ‘ଏକେ-୪୭’ ‘ଆର୍ପିଜି’ ସମେତ ‘ଆସଲ୍ଟ୍ ରାଇଫଲ୍’ ଓ ଅନ୍ୟାନ୍ୟ ସାମରିକ ଉପକରଣ ପାଇଥିବା କଥା ଇସ୍ରାଏଲ୍ ସେନା କହିଛି।
Follow Us