Samachar Nama
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ବଚସା ହେବାରୁ ନିଜ ୫ ପିଲାଙ୍କୁ ଗଙ୍ଗା ନଦୀକୁ ଫୋପାଡ଼ି ଦେଇଛନ୍ତି। ଉକ୍ତ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୂଚନାନୁଯାୟୀ ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାର ଜାହାଜଗିରା ଘାଟରେ ଜଣେ ମହିଳା ତାଙ୍କର ୩ ବର୍ଷର ଶିଶୁ ସମେତ ସମସ୍ତ ୫ ଜଣ ପିଲାଙ୍କୁ ନଦୀକୁ ଫୋପାଡ଼ି ଦେଇଥିଲେ। ପରେ ସେ ନିଜେ ମଧ୍ୟ ଘାଟକୁ ଡେଇଁ ପଡ଼ିଥିଲେ। କିନ୍ତୁ ମହିଳା ଜଣଙ୍କ ପହଁରା ଶିଖିଥିବାରୁ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ।
କିନ୍ତୁ ୫ ପିଲାଙ୍କୁ ଉଦ୍ଧାର କରିପାରିନାହାନ୍ତି। ଉଦ୍ଧାରକାରୀ ଦଳ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନି। ପୁଲିସ ସୂଚନାନୁଯାୟୀ ଜାହାଗିରା ଗ୍ରାମର ମୃଦୁଳ ଓରଫ୍ ମୁନ୍ନାଙ୍କର ତାଙ୍କ ପତ୍ନୀ ମଂଜୁଙ୍କ ସହ ବଚସା ହୋଇଥିଲା। ଟଙ୍କା ପାଇଁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପତ୍ନୀ ମଂଜୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଠିକ୍ ନାହିଁ। ଅନ୍ୟପକ୍ଷେ ଉକ୍ତ ମହିଳାଙ୍କ ସ୍ବାମୀ ଦାବି କରିଛନ୍ତି ଯେ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଲକୁଲ୍ ଠିକ୍ ଅଛି।
ଲକ୍ଡାଉନ୍ ପାଇଁ ମହିଳା ଜଣଙ୍କ ତାଙ୍କ ୫ ପିଲାଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାରେ ବିଫଳ ହେବାରୁ ସେମାନଙ୍କ ନଦୀରେ ଫୋପାଡ଼ି ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ଉତ୍ତରପ୍ରଦେଶ ପିଆଇବି ପକ୍ଷରୁ ଏହାକୁ ଖଣ୍ଡନ କରାାଯଇଥିଲା। ସ୍ବାମୀଙ୍କ ସହ ବଚସା ହେବାପରେ ମହିଳା ଜଣଙ୍କ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସ୍ପଷ୍ଟ କରାଯାଇଥିଲା।
Follow Us