ଲୋମଟାଙ୍କୁରା ଦୃଶ୍ୟ! ଦୁର୍ଘଟଣାର ଶିକାର ହେବା ପ‌ରେ ଟ୍ରକ ଚକା ତଳୁ ନିଜ ଶିଶୁକୁ ଏପରି ବଞ୍ଚାଇଲା ମା’

Advertisment
ଲୋମଟାଙ୍କୁରା ଦୃଶ୍ୟ! ଦୁର୍ଘଟଣାର ଶିକାର ହେବା ପ‌ରେ ଟ୍ରକ ଚକା ତଳୁ ନିଜ  ଶିଶୁକୁ ଏପରି ବଞ୍ଚାଇଲା ମା’

ନୂଆଦିଲ୍ଲୀ: ରାଜପଥରେ ଦୁର୍ଘଟଣାର ଖବର ପ୍ରତିଦିନ ସାମ୍ନାକୁ ଆସିଥାଏ। ଆପଣ ହୁଏତ ରାଜପଥରେ ଛୁଆ ପ୍ରତି ମା’ର ନିଷ୍କପଟ ସ୍ନେହର ନମୁନା କ୍ବଚିତ ଦେଖିଥିବେ। ମା’ର ସତର୍କତା ପାଇଁ  କିଭଳି ଛୁଆର ଜୀବନ ବଞ୍ଚିଯାଇଛି ତାହା ଏକ ଭିଡିଓରୁ ସାମ୍ନାକୁ ଆସିଛି।

ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଲାଉଥିବା ଦେଖିବାକୁ ମିଳୁଛି। ଏହି ସ୍କୁଟର ପଛରେ ମାଆ ତାର ଛୋଟ ପିଲାକୁ ନେଇ ବସିଥିବାର ନଜର ଆସିଛନ୍ତି । ହଠାତ୍ ଏକ କାର  ସ୍କୁଟରର ଅତି ନିକଟ ଦେଇ ଯାଉଥିବା ବେଳେ ମା’ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ। ଆଉ ଏହି ସମୟରେ ଜାତୀୟରାଜପଥରେ ଅନେକ ଗାଡ଼ି ଯାତାୟାତ କରୁଥିବା ବେଳେ ଦ୍ରୁତଗତିରେ ଏକ ଟ୍ରକ ବି ଯାଉଥିଲା।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ମା’ ଓ ଶିଶୁ ଟ୍ରକ  ଚକା ତଳେ ପଡ଼ିବାରୁ ବଞ୍ଚି ଯାଇଥି‌ଲେ। ମା’ ଜୀବନ ବିକଳରେ ଶିଶୁକୁ ଟ୍ରକ ଚଳା ତଳୁ ଟାଣି ଆଣି ଜାବୁଡ଼ି ଧରିଥିଲେ। ତେବେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମା’ର ମମତାକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe